ଋଷିମାଳ ବାରୁଣୀମେଳା ନିମନ୍ତେ ବୈଠକ…

add-all

ଦାରିଙ୍ଗବାଡ଼ି, ୧୬/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିଵ ମନ୍ଦିର ପରିସରରେ ସଂକ୍ରାନ୍ତି ଦିନ ଋଷିମାଳ ମହା ବାରୁଣୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମାସିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଦୀପ ପଣ୍ଡା ପୌରହିତ କରିଥିବା ବେଳେ କନ୍ଧମାଳ ଜିଲ୍ଲା ସମେତ ଗଞ୍ଜାମ ଓ ଗଜପତି ଜିଲାର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ମୁଖ୍ୟତଃ ବ୍ରାହ୍ମଣୀଗାଁ ଅଞ୍ଚଳର କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳି,ତାଜୁଙ୍ଗି, ହାତିମୁଣ୍ଡା ପଞ୍ଚାୟତ ସମେତ ଗଜପତି ଜିଲା ମୋହନା ବ୍ଲକର ପାଣିଗଣ୍ଡା, ଗୋଠା, ଗଞ୍ଜାମ ଜିଲା ସୋରଡା ବ୍ଲକର ମଥୁରା ସହିତ ବ୍ରହ୍ମପୁର ଓ ପୁରୀ ଆଦି ଅଂଚଳରୁ ଟ୍ରଷ୍ଟର ସଭ୍ୟସଭ୍ୟା ଯୋଗ ଦେଇଥିଲେ। ଚଳିତ ମାସ ୧୯ ତାରିଖ ରେ ହେବାକୁ ଥିବା ତାମାଙ୍ଗି ଗ୍ରାମ ସ୍ଥିତ ତପ ଭୂମି ଋଷିମାଳ ଠାରେ ଐତିହାସିକ ବାରୁଣୀ ମେଳା ନିମନ୍ତେ ଆଲୋଚନା କରା ଯାଇ ଥିଲା। ଟ୍ରଷ୍ଟର ସଭ୍ୟ ସୀମାଦ୍ରୀ ଦେଓ ଶ୍ରଦ୍ଧାଳୁ ମାନଙ୍କ ଜନ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶଙ୍ଖଳା ସହିତ ସମସ୍ତ ସୁବ୍ୟବସ୍ତା ନିମନ୍ତେ ଟ୍ରଷ୍ଟର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିବାକୁ ଅନୁରୋଧ ରଖିଥିଲେ। ବରିଷ୍ଠ ସଭ୍ୟ ତଥା ଉପଦେଷ୍ଟା ତ୍ରିନାଥ ପ୍ରଧାନୀ ବାରୁଣୀ ମେଳାରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଆଲୋକ ସୁବିଧା ଭଳି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାରେ ତ୍ରୁଟି ନରହିବା ପାଇଁ ଟ୍ରଷ୍ଟର ସମସ୍ତ କର୍ମ କର୍ତାଙ୍କୁ ପରାମର୍ଶ ଦେଇଥିଲେ।

ad-week
Leave A Reply

Your email address will not be published.