
ମାଲକାନଗିରି (୧୭/୦୩) : ସମଗ୍ର ରାଜ୍ୟ ରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଜର ୧୦ ଗୋଟି ମୌଳିକ ଦାବି ଗୁଡିକୁ ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଥିବା ବେଳେ ଗତ ୧୬ ତାରିଖରେ ଏହି ମହାସଂଘ ରାଜ୍ୟ ସଭାପତି ମୁଖ୍ୟ ଶାସନ ସଚିବ ଙ୍କ ସହ ସାକ୍ଷାତ କରିଥିଲେ। ତେବେ ଡ୍ରାଇଭର ମହାସଂଘ ର ସମସ୍ତ ଦାବି ଗୁଡିକୁ ସରକାର ନିଷ୍ପତ୍ତି ନେବେ ବୋଲି ୩ ମାସ ସମୟ ଅବଧି ମାଗି ଆନ୍ଦୋଳନ ରୁ ଓହରି ବାକୁ କହିଥିଲେ। ଡ୍ରାଇଭର ମହାସଂଘ କିନ୍ତୁ ନିଜର ଦାବି ଗୁଡିକ ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଥିଲା । ଆଜି ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ଆଇନଜୀବୀ ସାମୁଖ୍ୟ ସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ଙ୍କ ନେତୃତ୍ୱରେ ଜିଲ୍ଲା ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ମାଲକାନଗିରି ଜିଲ୍ଲା ସଦର ର ବସଷ୍ଟାଣ୍ଡ ରେ ଆନ୍ଦୋଳନରତ ଡ୍ରାଇଭର ମହାସଂଘ କୁ ଭେଟି ୧୦ ଗୋଟି ଦାବି ଗୁଡିକ ସମ୍ବନ୍ଧରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଏହି ଡ୍ରାଇଭର ମହାସଂଘ ସହ ଅଛନ୍ତି ଏବଂ ତୁରନ୍ତ ଏନେଇ କିଛି ପଦକ୍ଷେପ ମାନ ନେବେ ବୋଲି ମାଲକାନଗିରି ବିଜେଡି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଓ ଦଳ ତରଫରୁ ତରଫରୁ ସୂଚନା ଦିଆଯାଇଥିଲା। ଏଥିସହିତ ରାଜ୍ୟ ସରକାର ୩ ମାସ ଅବଧି ଦେଇଥିବା ଉଲ୍ଲେଖ ଥିବା ଏକ ଦାବିପତ୍ର ମଧ୍ୟ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବ୍ଲକ ଡ୍ରାଇଭର ମହାସଂଘ ର ସଭାପତିଙ୍କୁ ପ୍ରଦାନ କରାଯାଇଛି । ଏଥିରେ ମାଲକାନଗିରି ଜ଼ିଲ୍ଲା ଟାଣୁଆ ନେତା ତଥା ପୂର୍ବତ୍ତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି, ମାଲକାନଗିରି ପୌରାଧ୍ୟଷ ଶ୍ରୀ ମନୋଜ କୁମାର ବାରିକ,ପୌର ଅଧ୍ୟକ୍ଷା ଶ୍ରୀମତି କବିତା ମାହୁନ୍ତ,ଜ଼ିଲ୍ଲା ଓକିଲ ସଂଘ ସଭାପତି ତଥା ବରିଷ୍ଠ ବିଜେଡି ନେତା ଲମ୍ବୋଧର ତୁରୁକ,ଜି. ଶ୍ରୀନିବାସ ରାଓ,ସମସ୍ତ ୱାର୍ଡ଼ କାଉଁଶୀଲର, ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।