ବିଜୁ କନ୍ୟାରତ୍ନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

add-all

ଛତ୍ରପୁର : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ୍‌. ସାରଦା ରେଡ୍ଡୀ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଏବିଡିଓ ଜୟଶ୍ରୀ ନାୟକ, ଜିପିଓ ଅଶୋକ କୁମାର ଦାଶ, ସିଡିପିଓ ପ୍ରଣମିତା ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ସରପଂଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ତାଲିମଦାତା ଭାବେ ଯୋଗ ଦେଇ କନ୍ୟା ଭୃଣ ହତ୍ୟା, ବାଲ୍ୟ ବିବାହ, ଶିଶୂ ଶ୍ରମିକ ଆଦି ବିଷୟରେ ଆଲୋଚନା କରିଥିଲେ । ବିଡିଓ ଶ୍ରୀ ବରାଳ କନ୍ୟା ଶିଶୂ ମାନଙ୍କ ଗୁରୁତ୍ୱ, ଯତ୍ନ ଓ ସୁରକ୍ଷା ସମ୍ବଦ୍ଧରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାରଣା କନ୍ୟା ଶିଶୂ ମାନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୂ ସୁରକ୍ଷା ବିଭାଗର କର୍ମଚାରୀ ସୁଦାମ ପାଣିଗ୍ରାହୀ ସୁଜିତ୍ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.