ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ୧୦ ଦଫା ଦାବି ନେଇ ବ୍ରହ୍ମପୁର ରେଳଷ୍ଟେସନ ସମ୍ମୁଖରେ ଧାରଣା

add-all

ବ୍ରହ୍ମପୁର : ସଂସ୍କାରବାଦୀ ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଘଠନ ର ସଦସ୍ୟ ମାନେ ଯୋଗଦେଇ ଷ୍ଟେସନ ସମ୍ମୁଖରେ ଦୁଇ ଘଣ୍ଟା ଧରି ପ୍ରତୀକ ଧାରଣା ଦେଇଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ଯୋଗଦେଇ କେନ୍ଦ୍ର ସରକାରଙ୍କ ବ୍ରହ୍ମପୁର ସହର ପ୍ରତି ରହିଥିବା ବୈମାତୃକ ମାନଭାବ କୁ ଦୃଢ଼ ନିନ୍ଦା କରିଥିଲେ।

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ରେଳଷ୍ଟେସନ ରୁ ଠାରୁ ଦୈନିକ କୋଟି, କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିଲା ମଧ୍ୟ ଏହାର ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ବ୍ରହ୍ମପୁର ଠାରୁ ପୁରୀ ଦୈନିକ ରେଳ ଚଳାଚଳ କରିବା, ଷ୍ଟେସନ ସମ୍ମୁଖରେ ଗ୍ରୀନ ସେଡ ନିର୍ମାଣ କରିବା, ପାନିୟ ଜଳ ସହିତ ଶୌଚାଳୟ ର ବ୍ୟବସ୍ଥା କରିବା,ପୂର୍ବ ଭଳି ବରିଷ୍ଠ ନାଗରିକ ମାନଙ୍କୁ ରେଳଯାତ୍ରାରେ ରିହାତି ପ୍ରଦାନ କରିବା, ମେମୋ ଟ୍ରେନରେ ପୂର୍ବଭଳି ପାସିଞ୍ଜର ଟିକଟ ବ୍ୟବସ୍ଥା ଲାଗୁ କରିବା ଆଦି ୧୦ ଦଫା ଦାବିରେ ଏହି ଆନ୍ଦୋଳନ ସାତ ଦିନ ଧରି ଜାରି ରହିବ ବୋଲି ସଭାପତି ତ୍ରିନାଥ ମହାରଣା ସୂଚନା ଦେଇଛନ୍ତି।ଏହି ଆନ୍ଦୋଳନ କୁ ସମର୍ଥନ କରି ସହରର ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ସାମିଲ ହୋଇଥିଲେ।ତୁରନ୍ତ ପୂର୍ବତଟ ରେଳବାଇ ବିଭାଗ ଏହି ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ସଭାପତି ଶ୍ରୀ ମହାରଣା ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.