ଅଟୋ ଦୁର୍ଘଟଣା ଦୁଇ ଶିଶୁ ଗୁରୁତର ୫ ଆହତ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ଼ ଘାଇ ନିକଟରେ ବଳଦ ଓ ଗାଈ ସହ ଅଟୋ ଦୁର୍ଘଟଣା ହୋଇ ଦୁଇ ଶିଶୁ ଗୁରୁତର ହୋଇଥିବା ବେଳେ ୫ ଶିଶୁ ଆହତ ହୋଇଥିବା ଜଣାପଡିଛି l ଯାହା ସୂଚନା ରହିଛି ପ୍ରତ୍ୟେକ ଦିନ ପରି କେରେଡି ଗ୍ରାମ ପଞ୍ଚାୟତ ର ଗ୍ରାମରୁ ସବୁଦିନ ୭ ରୁ ୮ ଜଣ ଶିଶୁ ପାଠ ପଢିବା ପାଇଁ ନିକଟସ୍ଥ ଶଙ୍କରାଖୋଲକୁ ଅଟୋ ଯୋଗେ ଯାଉଥିଲେ l ଆଜି ମଧ୍ୟ ସକାଳ ୭ ଟା ସମୟରେ ପିଲାମାନେ ଉକ୍ତ ଅଟୋ ଯୋଗେ ଯାଉଥିବା ସମୟରେ ଗୁମାଗଡ଼ ଘାଇ ନିକଟରେ ହଠାତ ଗାଈ ଗୋରୁ ଅଟୋ ସାମନାକୁ ପଶିଯିବା ଫଳରେ ଅଟୋ ସହ ଧକ୍କା ହେବା ଫଳରେ ଅଟୋଟି ଓଲଟି ପଡିଥିଲା l ଅଟୋ ଭିତରେ ବସିଥିବା ବେଳେ ଶିଶୁ ମାନେ ମଧ୍ୟ ଓଲଟି ପଡିଥିଲେ ଫଳରେ ଦୁଇ ଶିଶୁ ଗୁରୁତର ହୋଇଥିବା ବେଳେ ୫ ଶିଶୁ ଆହତ

ହୋଇଛନ୍ତି l ଉପସ୍ଥିତ ବିଧାୟକ ପ୍ରତିନିଧି ତଥା ବିଜେଡି ସମ୍ପାଦକ ନୀଳାମ୍ବର କହଁର ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡକାଇ ପ୍ରଥମେ ଗୁମାଗଡ଼ ଚିକିତ୍ସାଳୟରେ ଭର୍ତି କରାଇଥିଲେ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାରେ ସମସ୍ତ ସହଯୋଗ କରିଥିଲେ lଦୁର୍ଘଟଣା ପିଲାମାନଙ୍କ ବୟସ ପ୍ରାୟ ପାଖାପାଖି ୮, ୯ ରୁ ୧୦ ବର୍ଷ ଭିତରେ ହେବ l ଗୁରୁତର ଭାବେ ଆହତ ହୋଇଥିବା ଶିଶୁ ହେଲେ ରୁତୁରାଜ ଦିଗାଲ ବୟସ ୧୦ ବର୍ଷ, ଯେମି ଦେବ ଦିଗାଲ ବୟସ ୬ ବର୍ଷ ବୋଲି ଜଣାପଡିଛି l ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୁଲିସ ପହଂଚି ନଥିବା ଜଣାପଡିଛି l

ad-week
Leave A Reply

Your email address will not be published.