ଜନ ଜାଗରଣ ମଞ୍ଚ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

add-all

ବ୍ରହ୍ମପୁର : ଜନ ଜାଗରଣ ମଞ୍ଚ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସିଦ୍ଧାର୍ଥ ନଗର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜନ ଜାଗରଣ ମଞ୍ଚର ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ଙ୍କ ତତ୍ୱାବଧାନ ରେ ରୁବି ହସ୍ପିଟାଲ ମୁଖ୍ୟ ତଥା ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର ନାଗେଶ୍ୱର ରାଓ ସୁବୁଦ୍ଧି ଯୋଗଦେଇ ବହୁ ଲୋକଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ଉଚିତ ପରାମର୍ଶ ଦେଇଥିଲେ । ଏହି ଅବସରରେ ମାଗଣାରେ ଔଷଧ ଏବଂ ଚଷମା ବଣ୍ଟନ କରାଯାଇଥିଲା । ବହୁତ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର କରିବା ପାଇଁ ବ୍ୟବସ୍ଥା କରିଥିଲା ଜନ ଜାଗରଣ ମଞ୍ଚ । ସମ୍ପାଦକ ଗଗନ ଚନ୍ଦ୍ର ମଲିକ, ପବିତ୍ର କୁମାର ହୋତା, ଶ୍ୟାମ ସୁନ୍ଦର ଖାଡଙ୍ଗା,ନାରାୟଣ କର,ଗୋକୁଳ ତ୍ରିପାଠୀ,ରଞ୍ଜିତ ସାମନ୍ତରାୟ,ଭିକାରୀ ବେହେରା,କାହ୍ନୁ ଚରଣ ପାତ୍ର,ମାୟାଧର ବିଶୋଇଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ଶିବିର ପରିଚାଳନା ରେ ପ୍ରମୁଖ ଶିବିର ପରିଚାଳନା ସହଯୋଗ କରିଥିଲେ। ।

ad-week
Leave A Reply

Your email address will not be published.