ସୁନ୍ଦରଗଡ଼ ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ହିନ୍ଦୁ ନବବର୍ଷ ପାଳନ…

add-all

ସୁନ୍ଦରଗଡ଼ : ଗତ କାଲି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ସୁନ୍ଦରଗଡ଼ ଜିଲ୍ଲା ତରଫରୁ ହିନ୍ଦୁ ନବ ବର୍ଷ ଉପଲକ୍ଷେ ସୁନ୍ଦରଗଡ଼ ନଗରରେ ଏକ ଭବ୍ୟ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ରୁ ଆରମ୍ଭ ହୁଏ। ଇଂରାଜୀ ତାରିଖ ୨୨ ମାର୍ଚ୍ଚ ରେ ହିନ୍ଦୁ ନବବର୍ଷ ପାଳିତ ହେବ।ପୌରାଣିକ ମାନ୍ୟତା ଅନୁଯାୟୀ ଏହି ଦିନ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟିର ପ୍ରାରମ୍ଭ ହୋଇଥିଲା । କଳିଯୁଗାଵ୍ଦ ୫୧୨୫ ତଥା ବିକ୍ରମ ସମ୍ବତ ୨୦୮୦ ର ପ୍ରାରମ୍ଭ ଏହି ଦିନ ଠାରୁ ହେବ। ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ତଥା ସମ୍ରାଟ ଯୁଧିଷ୍ଟିରଙ୍କ ରାଜ୍ୟାଭିଷେକ ଏହି ଦିନ ହୋଇଥିଲା। ଏହି ଦିନ ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ଵାରା ଆର୍ଯ୍ୟ ସମାଜର ପ୍ରତିଷ୍ଠା ହୋଇଥିଲା। ସନ୍ଥ ଝୁଲେଲାଲ ଏହି ଦିନ ଜନ୍ମ ଗ୍ରହଣ କରିଥିଲେ । ସଂଘ ପ୍ରତିଷ୍ଠାତା ଡକ୍ଟର କେଶବ ବଳିରାମ ହେଡଗେ‌ୱାରଙ୍କ ଜନ୍ମ ଏହି ଦିନ ହୋଇଥିଲା। ତେଣୁ ସେହି ଦିନକୁ ସମସ୍ତଙ୍କ ସ୍ମୃତିରେ ରଖିବା ପାଇଁ ଆଜି ଏକ ଭବ୍ୟ ପଥ ସଞ୍ଚଳନ ଘୋଷ ବାଦ୍ୟ ସହ ପାଳିତ ହୋଇଥିଲା।କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ ଗଣବେଶଧାରି ସ୍ଵୟଂସେବକ ଭାଗ ନେଇଥିଲେ। ସହରର ଅନେକ ସ୍ଥାନରେ ପୁଷ୍ପ ଦ୍ଵାରା ସଞ୍ଚଳନକୁ ନଗରବାସୀଙ୍କ ଦ୍ଵାରା ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସହ ପ୍ରାନ୍ତ ସଂଘଚାଳକ ଡାକ୍ତର ବିଦ୍ୟାଧର ରଣା ,ବିଭାଗ କାର୍ଯ୍ୟବାହ ରତ୍ନାକର ବେହେରା ତଥା ଅନେକ ସଂଘ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ୪୦ ରୁ ଉର୍ଦ୍ଧ ଶିଶୁ ମଧ୍ୟ ସଂଘର ଗଣବେଶ ପିନ୍ଧି ପାଖାପାଖି ଦେଢ଼ କିଲୋମିଟର ଚାଲିଥିଲେ।

ad-week
Leave A Reply

Your email address will not be published.