ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ପାଳି…

add-all

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଦ୍ୱିତୀୟ ପାଳିରେ ରାତି ସାଢେ ୧୨ ଟାରୁ ମନ୍ଦିର ଦ୍ୱାର ଫିଟା ହୋଇ ରିତିନୀତି ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ ଆଦି ନିତିକାନ୍ତିରେ ପୂଜାର୍ଚ୍ଚନା କରାଯାଇ ମା’ତାରାତାରିଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା। ରାତି ୩.୪୫ ରେ ସାହାଣ ମେଲା ହୋଇ ମା’ ତାରା ତାରିଣୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହା ସହ ରାତି ୨ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଯାତ୍ରାର ତଦାରଖ କରିଛନ୍ତି। ଛତ୍ରପୁର ଉପଜିଲାପାଳ ପ୍ରଶନ୍ନ କୁମାର ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ, ବିଡିଓ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ମନ୍ଦିର ର୍ନିବାହୀ ଅଧିକାରୀ ଟିକେ ରେଡି ପ୍ରମୁଖ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିବାରେ ଲାଗିଛନ୍ତି। ସେବାୟତ ସଂଘ ସଭାପତି ତପନ କୁମାର ରଣା, ସେବାୟତ ବାପୁଜୀ ରଣା, ଧ୍ରୃବ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନା କରୁଛନ୍ତି।

ad-week
Leave A Reply

Your email address will not be published.