ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ରାଜ୍ୟରେ ସର୍ବାଧିକ

add-all

ଛତ୍ରପୁର. : ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ରହିଛି। ପୂର୍ବ ବର୍ଷ ତୁଳନାରେ ପ୍ରତି ବର୍ଷ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ସଂଖ୍ୟା ୧୦ ପ୍ରତିଶତ କମାଇବା ଲାଗି ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିଙ୍କ ନିର୍ଦ୍ଦେଶ ରହିଛି। ହେଲେ ଗଞ୍ଜାମ ଜିଲାରେ ୨୦୨୧ ତୁଳନାରେ ୨୦୨୨ରେ ୧୪ ପ୍ରତିଶତ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଥିବା ଜଣାପଡ଼ିଛି। ସେହିପରି ପୂର୍ବ ବର୍ଷ ତୁଳନାରେ ୨୦୨୨ ରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି। ସଡ଼କ ଦୁର୍ଘଟଣା ସହ ତଜ୍ଜନିତ ମୃତ୍ୟୁ ସଂଖ୍ୟା କମାଇବା ଲାଗି ତୁରନ୍ତ ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ପକ୍ଷରୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଗଞ୍ଜାମ ଜିଲାପାଳ, ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପି ଏବଂ ଗଞ୍ଜାମ ଓ ଭଞ୍ଜନଗର ଆର୍‌ଟିଓଙ୍କ ନିକଟକୁ ୧୬ ତାରିଖରେ ଚିଠି କରିଥିଲେ। ଏଥିରେ ପ୍ରତି ମଙ୍ଗଳବାର ଜିରୋ ଟଲରାନ୍ସ ଡେ ପାଳନ ସହ ଆସନ୍ତା ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ ମୃତ୍ୟୁ ସପ୍ତାହ ପାଳନ ପାଇଁ ବିଭାଗୀୟ ପ୍ରମୁଖ ଶାସନ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.