ଡାକ୍ତର ସାଗରରଞ୍ଜନ ତ୍ରିପାଠୀ ସମ୍ବର୍ଦ୍ଧିତ…

add-all

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଆୟୋଜିତ ହୋଇ ଆସୁଥିବା ହର୍ବାଲ ମେଳାରେ ଅତି ଉଚ୍ଚକୋଟିର ସଂଯୋଜନା ଏବଂ ଏହି କାର୍ଯ୍ୟକ୍ରମ କୁ ନିଖୁଣ ଭାବରେ ପରିଚାଳନା କରି ସମସ୍ତ ଙ୍କ ପ୍ରିୟ ଭାଜନ ହୋଇଥିବା ବରିଷ୍ଠ ଆୟୁର୍ବେଦ ଡାକ୍ତର ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ଡାକ୍ତର ସାଗରରଞ୍ଜନ ତ୍ରିପାଠୀ ଙ୍କୁ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ତଥା ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ର ଅଧ୍ୟକ୍ଷ ସୁନି ଖୋଖର୍ ମେଳା ର ଉଦଯାପନୀ ସନ୍ଧ୍ୟାରେ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କୁ ଅଙ୍ଗ ବସ୍ତ୍ର ଓ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

୨୦୦୯ ରୁ ଆୟୋଜିତ ଏହି ମେଳା ରେ ଆଲୋଚନା ଚକ୍ର ଓ କାର୍ଯ୍ୟକ୍ରମ ଗୁଡ଼ିକ ଖୁବ୍ ସୁନ୍ଦର ଭାବରେ ପରିଚାଳନା କରି ଏହି ମେଳା ର ସଂଯୋଜକ ଭାବେ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଖୁବ୍ ଲୋକ ପ୍ରିୟ। ଏହି ସମ୍ବର୍ଦ୍ଧନା ତାଙ୍କୁ ଅନେକ ପ୍ରେରଣା ଦେବା ସହ ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ ବୋଲି କହିଥିଲେ। ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କୁ ତାଙ୍କର ଶୁଭେଛୁ ଡାକ୍ତର ସାହିତ୍ୟିକ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.