ମହିଳା ଜୀବିକା ସୁରକ୍ଷାମଞ୍ଚ ପକ୍ଷରୁ ଗଣ ଆନ୍ଦୋଳନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକର ବିଭିନ୍ନ ଗ୍ରାମରୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ରଣ ସଦସ୍ୟ /ସଦସ୍ୟା ଏକାଠି ହୋଇ , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆ ଙ୍କ ଜରିଆରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ଫୁଲବାଣୀ ବ୍ଲକର ଥିବା ବିଭିନ୍ନ ଗ୍ରାମର ପିଇବା ପାଣି ର ସମସ୍ୟା ସହିତ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମାଧାନ ନିମନ୍ତେ ଗତ ଫେବୃଆରୀ 22/02/023 ରେ ଏକ ସର୍ଭେ ରିପୋର୍ଟ ସଂଗଠନ ମାଧ୍ୟମରେ ପ୍ରଦାନ କରାଯାଇଥିଲା ଏବଂ ସେହି ରିପୋର୍ଟ ଅନୁସାରେ ଆଜି ପର୍ଯ୍ୟନ୍ତ ବିଶେଷ କିଛି ଗ୍ରାମରେ ଆଖି ଦୃଶ୍ୟା ସମସ୍ୟାର ସମାଧାନ ହୋଇ ପାରି ନ ଥିବା ଦେଖିବା କୁ ମିଳିଛି. ତେଣୁ ଆଜି ସଂଗଠନ ଏହି ପାନୀୟ ଜଳ ସମସ୍ୟା ଯଥା, ଅଚଳ ନଳକୂଅ ମରାମତି, ଅଚଳ ଷ୍ଟାଣ୍ଡ ପୋଷ୍ଟ କୁ ସଚଳ କରିବା, ଆବଶ୍ୟକ ଗାଁ କୁ ନୁଆ ନଳ କୂପ,ଏବଂ ସୋଲାର ନଳକୂଅ ମଞ୍ଜୁରୀ କରିବା, ସହିତ ଅତି ଜରୁରୀ ଗ୍ରାମ କୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ସହିତ ଅନେକ ଅଙ୍ଗନ ୱାଡି କେନ୍ଦ୍ରରେ ଆବଶ୍ୟକ ଭିତ୍ତି ଭୂମି ସହିତ କିଶୋରୀ ବାଳିକା ମାନଙ୍କ କୁପୋଷଣ ଦୂର କରିବା ଆଦି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉର୍ଦ୍ଧେ ଶ୍ୟରେ ଏକ ମେମୋରାଣ୍ଡମ ପ୍ରଦାନ କରିଛନ୍ତି ଏବଂ ପ୍ରଶାସନ କୁ କଡା ଚେତାବନୀ ଦେଇଛନ୍ତି ଯେ ଆଗାମୀ ଦିନରେ ଯଦି ସରକାର ପାନୀୟ ଜଳର ସମସ୍ୟା ପ୍ରତି ଗୁରୁତ୍ୱ ନ ଦିଅନ୍ତି ତେବେ ସଂଗଠନ ତାର ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ଲକ କାର୍ଯ୍ୟଳୟ ସମ୍ମୁଖୀନ ରେ ଗଣ ଧାରଣା ଦେବ ବୋଲି ନିଷ୍ପତ୍ତି ନେଇ ପାରେ ବୋଲି, ମହିଳା ଜୀବିକା ସୁରକ୍ଷା ମଞ୍ଚର ସଭାନେତ୍ରୀ ଏବଂ ସମ୍ପାଦକ ମତ ପ୍ରକାଶ କରିଛନ୍ତି l କାରଣ ସ୍ୱାଧୀନତା ତାର 75 ବର୍ଷ ପରେ ଵି ଗ୍ରାମଞ୍ଚଳ ର ଅତି ଆବଶ୍ୟକ ମୌଳିକ ସୁବିଧା ପାଇ ବାରେ ବଞ୍ଚିତ ଅଛନ୍ତି l ଆଜିର ଏହି ବିରାଟ ଗଣ ରାଲି ରେ ଫୁଲବାଣୀ ବ୍ଲକର ମହିଳା ଜୀବିକା ସୁରକ୍ଷା ମଞ୍ଚ ର ସଭାନେତ୍ରୀ ଶ୍ରୀମତୀ ସୁମତି ମୁଖି ସମ୍ପାଦକ, ତପସିନି ମୁଖି , ମାନିନି ବେହେରା ଭାରତି ରାଓ ,ସୁଚିତ୍ରା ଦିଗାଲ ଶହ ଶହ ମହିଳା ଓ ପୁରୁଷ ଯୋଗ ଦେଇଥିବା ଦେଖିବା କୁ ମିଳିଛି.!

ad-week
Leave A Reply

Your email address will not be published.