
ଦାରିଙ୍ଗବାଡ଼ି, ୨୨/୦୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ପାଳିତ ହୋଇଛି। ଏହି ନବ ବର୍ଷ ପାଳନ ଅବସରରେ ବ୍ରାହ୍ମଣୀଗାଁ ଅଞ୍ଚଳର କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ବ୍ରାହ୍ମଣୀଗାଁ, ଗଦାପୁର ସରାମୁଳି ଓ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗ୍ରାମରୁ ଭଦ୍ର ବ୍ୟକ୍ତିଙ୍କ ସହିତ ବହୁ ଯୁବକ ସାମିଲ ହେବା ସହିତ ବ୍ରାହ୍ମଣୀଗାଁ ସ୍ଥିତ ଓଡିଆ ସାହି ଓ ବଜାରର ସର୍ଵ ସାଧାରଣ ରାଷ୍ଟ୍ରୀୟ ନବ ବର୍ଷ ପାଳନ ଉପଲକ୍ଷେ ଶତାଧିକ ଜନ ସାଧାରଣ ଶିଵ ମନ୍ଦିର ପରିସରରେ ଏକତ୍ରିତ ହୋଇ ଥିଲେ। ଶିଵ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ରାଷ୍ଟ୍ରୀୟ ନବବର୍ଷର ସ୍ଲୋଗାନ ଦେଇ ବିଭିନ୍ନ ସାହି ଓ ବଜାର ପରିକ୍ରମା କରି ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିବା ସଭା ସ୍ଥଳୀରେ ପହଁଚି ଥିଲେ। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀ ବଡକୁମାର, ମୁଖ୍ୟ ବକ୍ତାଭାବେ ଗଜପତି ଜିଲା ସାମାଜିକ ସମ୍ପର୍କତା ପ୍ରମୁଖ ବାବୁଲା ସେଠି, ଗ୍ରାମ୍ୟ କମିଟି ସଭାପତି ରବିଚନ୍ଦ୍ର ପାତ୍ର, ଚିତ୍ରସେନ ପାତ୍ର ଓ ଯୁଗେଶ୍ୱର ପାତ୍ର ଉପସ୍ଥିତ ରହି ରାଷ୍ଟ୍ରୀୟ ନବ ବର୍ଷ ସମ୍ପର୍କରେ ନିଜ ନିଜ ବକ୍ତବ୍ୟରେ ସୂଚନା ରଖି ଥିଲେ। ନବ ବର୍ଷ ଉପଲକ୍ଷ ମନ୍ଦିରରେ ସାମୁହିକ ଭାବେ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିଲା। ଏହି ସମସ୍ତ କାର୍ଯ୍ୟ ପରିଚାଳନାରେ ଗଣେଷ ଡାକୁଆ, ଶ୍ୟାମ ମହାଙ୍କୁଡ,ଶଙ୍କର ବେହେରଦଳାଇ, କପିଳେଶ୍ୱର ପାତ୍ରଙ୍କ ସହିତ ବ୍ରାହ୍ମଣୀଗାଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମ କାର୍ତ୍ତାଙ୍କ ସହଯୋଗରେ ପରିଚାଳିତ ହୋଇଥିବା ଜଣାପଡିଛି।