ଠାକୁରାଣୀ ଯାତ୍ରା ଲାଗି ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ

add-all

ବ୍ରହ୍ମପୁର : ଆସନ୍ତା ମାସ ଏପ୍ରିଲ ୪ ତାରିଖ ରେ ବ୍ରହ୍ମପୁରର ବିଶ୍ବ ପ୍ରସିଦ୍ଧ ଦ୍ବିବାର୍ଷିକ ମା ବୁଢୀ ସାମନ୍ତାଣୀ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ଏହି ଯାତ୍ରା ମା ଙ୍କ ବାପଘର ସ୍ଥାନୀୟ ଦେଶୀ ବେହେରା ସାହିକୁ ଆସିବେ। ଏଥି ନିମନ୍ତେ ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଯୋର ଦାର ଆରମ୍ଭ ହୋଇଯାଇଛି। ଠାକୁରାଣୀଙ୍କ ବାପଘର ନିକଟରେ ଅସ୍ଥାୟୀ ମନ୍ଦିର ନିର୍ମାଣ ନିମନ୍ତେ ଝାଉଁ କାଠ ରେ ଆରମ୍ଭ ହୋଇ ଥିବା ବେଳେ ଆଜି ବାଉଁଶ ଦଣ୍ଡା ଆସି ପହଞ୍ଚି ଯାଇଛି। ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ମା ଙ୍କ ଘଟ ଓ ପାର୍ଶ୍ବ ଘଟ ନିମନ୍ତେ ମଧ୍ୟ ଗଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.