ମାଷ୍ଟରଟ୍ରେନର ତାଲିମ ନେଲେ କନ୍ଧମାଳର ତିନିଛାତ୍ରୀ

add-all

ଶଙ୍କରାଖୋଲ : ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ବିଷୟରେ ତାଲିମ ଦେବା ନିମିତ ମାଷ୍ଟର ଟ୍ରେନର ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ତରଫରୁ ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟ ଠାରେ ଚଳିତ ମାସ ତା : ୧୩- ୦୩, ୨୦୨୩ ରିଖ ଠାରୁ ୨୦.୦୩.୨୦୨୩ ରିଖ ପର୍ଯ୍ୟନ୍ତ ଦୀର୍ଘ ୦୮ ଦିନ ବ୍ୟାପି ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହି ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମରେ ସାରା ଓଡିଶାରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୮୦ ଜଣ ଛାତ୍ରୀ ଯୋଗ୍ୟ ବିବେଚିତ ହୋଇ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ,ଯେଉଁଥିରୁ ଆମ କନ୍ଧମାଳ ଜିଲ୍ଲାର ତିନିଜଣ ଛାତ୍ରୀ ତାଲିମ ଶେଷକରି ଫେରିଛନ୍ତି । ସେହି ଛାତ୍ରୀମାନେ ହେଲେ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିୟଙ୍କା ସାହୁ, ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂଜା ମଲ୍ଲିକ ଏବଂ ଶଙ୍କରାଖୋଲ ଠାରେ ଅବସ୍ଥିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆୟଷା ଦିଗାଲ। ଆସନ୍ତା ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀର ସମସ୍ତ ଛାତ୍ରୀ ମାନଙ୍କୁ ଏହି ମାଷ୍ଟର ଟ୍ରେନର ମାନେ ଆତ୍ମରକ୍ଷା ତାଲିମ ପ୍ରଦାନ କରିବେ ।

ad-week
Leave A Reply

Your email address will not be published.