ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା

add-all

ବ୍ରହ୍ମପୁର : ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା ବ୍ରହ୍ମପୁର ସ୍ଥିତ ରାଜସ୍ୱ ଡାକବଙ୍ଗଳl ଠାରେ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ଯୋଗଦେଇ ଶିଶୁ ମାନଙ୍କ ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ସଂମ୍ମାନୀତ ଅତିଥି ଭାବେ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଅମିୟ କୁମାର ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟଳୟ ର ହର ମୋହନ ପଣ୍ଡା, ଅରୁଣା ସ୍ବେଛାସେବୀ ଅନୁଷ୍ଠାନର ସମ୍ପାଦିକା ସୌଦାମିନୀ ରଥ ସଖି ସେଣ୍ଟର ମହେଶ୍ୱତା ପାଢ଼ୀ, ଆକ୍ସନ ଏଡ଼ ର ଜିଲ୍ଲା ପ୍ରତିନିଧି ଦେବବ୍ରତ ମାହୁନ୍ତ,ପ୍ରମୁଖ ମଞ୍ଚାସୀନ ରହିଥିଲେ l

ଶିଶୁ ଅଧିକାର, ଶିଶୁ ପାଇଁ ଉଦ୍ଦିଷ୍ଟ ସମସ୍ତ ଆଇନ ବିଷୟରେ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଥିଲା l ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ର ଅଧିକାରିଣୀ, ଚାଇଲଡ଼ ଲାଇନ ର କର୍ମକର୍ତ୍ତା, ପୋଲିସ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଶିବ ପ୍ରସାଦ ରଥ ଧନ୍ୟବାଦ ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.