ଅସାବଧାନତା ଯୋଗୁଁ ୪ ବର୍ଷର ଶିଶୁର ମୃତ୍ୟୁ : ଅଟୋ ଚାଳକ ଗାଡି ଷ୍ଟାର୍ଟ କରି ପାର୍କିଂ କରିଥିଲେ…

add-all

ବ୍ରହ୍ମପୁର : ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଚାଲିଗଲା ୪ ବର୍ଷୀୟ ଶିଶୁ ପୁତ୍ରର ଜୀବନ। ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ତୃତୀୟ ଲେନ୍‌ରେ ଘଟିଛି। ଖବର ଅନୁସାରେ, ଗୁରୁବାର ଅପରାହ୍ଣରେ ଗ୍ୟାସ ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଅଟୋ ସାହି ଛକରେ ପାର୍କିଂ କରି ଜଣେ ଗ୍ରାହକଙ୍କ ଘରକୁ ଗ୍ୟାସ ଦେବାକୁ ଯାଇଥିଲେ। ଏହି ସମୟରେ ଶିଶୁ ଜଣଙ୍କ ଅଟୋକୁ ଚଢ଼ି ଗାଡ଼ିର ଚାବିକୁ ଷ୍ଟାର୍ଟ କରି ଦେଇଥିଲେ।
ଫଳରେ ନିକଟରେ ଥିବା ଇଲେକ୍ଟ୍ରି ପୋଲ୍‌କୁ ଅଟୋଟି ଧକ୍କା ଦେଇଥିଲା। ତେଣୁ ଶିଶୁଟି ଏଥିରେ ଚାପି ହୋଇଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଶିଶୁଟିକୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଶିଶର ପରିଚୟ କାଳିଆ ସାହୁଙ୍କ ୪ ବର୍ଷୀୟ ପୁଅ ଆଶୁତୋଷ ସାହୁ। ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏନେଇ ବ୍ରହ୍ମପୁର ଟ୍ରାଫିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ad-week
Leave A Reply

Your email address will not be published.