୨୬ରେ ଗଞ୍ଜାମର ତିନି ବ୍ଲକ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

add-all

ଗଞ୍ଜାମ : ୨୬ରେ ଗଞ୍ଜାମ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । କବିସୂର୍ଯ୍ୟନଗର, ସମରଝୋଳ ଓ ଛତ୍ରପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ଏସଏଚଜିଙ୍କୁ ଚେକ୍‌ ପ୍ରଦାନ କରିବେ । ଏହାସହ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବେ ନବୀନ । ୩ଟି ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି ମହିଳାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଏସଏଚଜିଙ୍କ ସହ ବିଜେଡି ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲୁଛି। ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଛତ୍ରପୁର ଗସ୍ତ କରି ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଦଳୀୟ କର୍ମକର୍ତ୍ତୀଙ୍କ ସହ ଆଲୋଚନା କରିଛନ୍ତି। ସଭା ହେବାକୁ ଥିବା ୩ଟି ସ୍ଥାନରେ ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ପହଂଚି ତଦାରଖ କରୁଛନ୍ତି।

ad-week
Leave A Reply

Your email address will not be published.