ଏପ୍ରିଲ ୩ରୁ ମାଟ୍ରିକ ଖାତା ମୂଲ୍ୟାୟନ

add-all

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଖାତା ମୂଲ୍ୟାୟନ ଏପ୍ରିଲ ୩ରୁ ଆରମ୍ଭ ହେବ। ଏଥି ପାଇଁ ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟ‌ନ ପାଇଁ ଚୟନ କରାଯାଇଥିବା ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ ଓ ମୁଖ୍ୟ ପରୀକ୍ଷକ, ସ୍କ୍ରୁଟିନାଇଜରମାନଙ୍କ ନିଯୁକ୍ତିପତ୍ର ବୋର୍ଡ ୱେବସାଇଟ www.bseodisha.ac.inରେ ଅପଲୋଡ୍ କରାଯାଇଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ସେମାନଙ୍କ ସ୍କୁଲ ଆଇଡି, ପାସ୍ ୱାର୍ଡ ବ୍ୟବହାର କରି ଲଗ୍ ଇନ କରିବା ପରେ ପରୀକ୍ଷକ ଓ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଅନ୍ୟମାନଙ୍କ ନିଯୁକ୍ତିପତ୍ରକୁ ଡାଉନଲୋଡ୍ କରି ପାରିବେ। ଏହି ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ ଦିନ ଭିତରେ ଶେଷ ହେବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.