ଜିଲ୍ଲାସ୍ତରୀୟ ପ୍ରାକ୍ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ତାଲିମ କାର୍ଯ୍ୟକ୍ରମ…

add-all

ଛତ୍ରପୁର : ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପକ୍ଷରୁ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାରେ ପ୍ରାକ୍ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୪୭ଜଣ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଭାଗନେବେ ଏବଂ ପ୍ରାକ୍ ଧନ୍ଦାମୂଳକ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯିବ । ଚଳିତ ବର୍ଷ ପାଇଁ ୩ଟି କାର୍ଯ୍ୟକଳାପ ଯଥା ଇଣ୍ଡଷ୍ଟ୍ରି(ଶିଳ୍ପାୟନ ) ପରିଦର୍ଶନ , ସେମିନାର ଓ କର୍ମଶାଳା ୪୭ଟି ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ମଧ୍ୟରେ ଶେଷ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଡିପିସି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି, ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଅର୍ଥପରାମର୍ଶ ଦାତା ମଧୁସୂଦନ ପରିଡା, ଜିଲ୍ଲା ଅନ୍ତେନିର୍ବେଶି ଶିକ୍ଷା ସଂଯୋଜକ ତପନ କୁମାର ସାହୁ, ଯୋଜନା ସଂଯୋଜକ ସାବିତ୍ରୀବାଳା ଦାଶ, ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଯୋଜକ ଡଃ ସରୋଜ କୁମାର ପାଳ , ଜିଲ୍ଲା ଶୈକ୍ଷିକ ସଂଯୋଜକ ଡଃ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ଖଲିକୋଟ ( ଡାଇଟ) ର ବରିଷ୍ଠ ଶିକ୍ଷା ପ୍ରଶିକ୍ଷକ ଅଭିରାମ ବିଶ୍ୱାଳ , ହୃଶିକେଷ ମହାଙ୍କୁଡ , ପ୍ରଦୀପ କୁମାର ଓ ସୁଶାନ୍ତ ରାଉତ ତାଲିମ ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.