ସିଆର୍‌ପିଏଫ୍ ର ଜନସଂପର୍କ ଶିବିର ଅନୁଷ୍ଠିତ

youtube

ଉମରକୋଟ : ପ୍ରତି ଥର ଭଳି ଝରୀଗାଁ ବ୍ଲକରେ ସିଆର୍‌ପିଏଫ୍ ୧୨ ବାଟାଲିୟାନ୍‌ ପକ୍ଷରୁ ଆଜି ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଧି କୁମାର ବିର୍ଦି ( ଆଇପିଏସ) ଆଇଜିପି ଓଡ଼ିଶା ସେକ୍ଟର ଭୁବନେଶ୍ୱର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ମଧ୍ୟରେ ଡିଆଇଜିପି ଅଜିତ୍ କୁମାର ସ୍ୱାଙ୍ଗଵନ୍, ବାର ବାଟାଲିୟନ କମାଣ୍ଡେଣ୍ଟ ନନ୍ଦ କିଶୋର କୁମାର ପ୍ରସାଦ, ସେକେଣ୍ଡ କମାଣ୍ଡେଣ୍ଟ ଏନ୍ ରତନ କୁମାର ସିଂ, ଖାଡେ ମିତେସ ଅର୍ଜୁନ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍ ଅଫିସର କମାଣ୍ଡିଂ, ବାର ବାଟାଲିୟନ ଇନ୍ସପେକ୍ଟର ପ୍ରଦୀପ ପାଲ୍, ଝରିଗାଁ ଥାନାଧିକାରୀ ଶ୍ରୀ ତପନ କୁମାର ପତି, ଡ଼ ସନ୍ତୋଷ ପ୍ରଧାନ, ଝରିଗାଁ କଲେଜ ଅଧ୍ୟକ୍ଷ ଶିବପ୍ରସାଦ ପଟ୍ଟନାୟକ ଝରିଗାଁ ସରପଞ୍ଚ ଶ୍ରୀ ଯୋଗେଶ୍ୱର ପୂଜାରୀ ପ୍ରମୁଖ ମଞ୍ଚାସିନ ଥିଲେ।

ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଙ୍କୁ ସ୍ଵାଗତ ନିମନ୍ତେ ଝରିଗାଁ କଲେଜ୍ ଛାତ୍ରୀ ମାନଙ୍କ ଦ୍ଵାରା ପାରମ୍ପାରିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ବକ୍ତା ଏବଂ ଅତିଥି ମାନେ ଝରିଗାଁ ଅଞ୍ଚଳରେ ସି ଆର୍ ପି ଏଫ୍ ଯବାନ ମାନଙ୍କ ନିଷ୍ଠା, କୋଠର ପରିଶ୍ରମ ଏବଂ ଲୋକ ସମ୍ପର୍କ ତଥା ଅଞ୍ଚଳବାସୀଙ୍କ ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥିମାନେ ଅଞ୍ଚଳରେ ସିଆର୍‌ପିଏଫ୍ ଜାବାନ୍ ମାନଙ୍କ କର୍ତବ୍ୟ ନିଷ୍ଠା ଓ ଗ୍ରାମବାସୀଙ୍କ ସହ ସମ୍ପର୍କ ଏବଂ ସହଯୋଗ ଉପରେ ଆଲୋକପାତ କରଯାଇଥିଲା l ମୁଖ୍ୟ ଅତିଥି ଶ୍ରୀ ବିଧି ହିଂସା ଛାଡି ଶୃଙ୍ଖଳିତ ତଥା ସୁରକ୍ଷିତ ସମାଜ ଗଠନ ଦିଗରେ ଯୁବ ପୀଢ଼ି କୁ ଆଗେଇ ଆସିବାକୁ ଆହ୍ଵାନ କରିଥିଲେ। ଉପାନ୍ତ ଦୁର୍ଗମ ଅଞ୍ଚଳରେ ଅଞ୍ଚଳବାସୀ ଙ୍କ ସହ ସି ଆର୍ ପି ଏଫ୍ ବାର (୧୨)ବାଟାଲିୟନ୍ ଯବାନ ମାନଙ୍କ ନିଶ୍ୱାର୍ଥ ପର ସେବା, ସହଯୋଗ ଓ ସମ୍ପର୍କ ଫଳରେ ଅଞ୍ଚଳବାସୀ ଆର୍ଥିକ ବିକାଶ କ୍ଷେତ୍ରରେ ଏବଂ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ତଥା ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କରାଯାଉଥିବା ପ୍ରୟାସ କୁ ଉପାନ୍ତ ଅଞ୍ଚଳବାସୀ ପ୍ରଶଂସା କରିଥିଲେ। ଆୟୋଜିତ ଏହି ଶିବିରରେ ବ୍ଲକର ବିଭିନ୍ନ ଗ୍ରାମରୁ ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ ପୁରୁଷ ମହିଳା ଯୋଗଦେଇଥିଲେ। ପ୍ରତିଥର ଭଳି ଶିବିର ଆୟୋଜନ କରାଯାଇ ଗରିବ ପରିବାରଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ଏଇଥର ମଧ୍ୟ ୨୪୫ ଜଣ ପୁରୁଷ ମହିଳା ଙ୍କୁ ଛତା, ଶାଢ଼ୀ, ଧୋତି, ଲୁଙ୍ଗି ମଶାରୀ ଇତ୍ୟାଦି ସାମଗ୍ରୀ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ମାନେ ପ୍ରଦାନ କରିଥିଲେ। ବିଭିନ୍ନ ଗ୍ରାମରୁ ଶିବିରକୁ ଆସିଥିବା ସମସ୍ତ ଙ୍କ ନିମନ୍ତେ ଖାଦ୍ୟ ପେୟ ବ୍ୟବସ୍ଥା ବାର (୧୨)ବାଟାଲିୟନ ସିଆରପିଏଫ ଯବାନ ମାନଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.