ଯୁବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବନ୍ଧା ହେଲେ ଯୁବକ

add-all

ଭୁବନେଶ୍ବର: ଯୁବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା। କେବଳ ସେତିକି ନୁହେଁ, ସୋଶାଲ ମିଡିଆରେ ସମ୍ପୃକ୍ତା ଯୁବତୀଙ୍କ ଜାଲ୍ ଭିଡିଓ ଅପଲୋଡ୍ କରିବା ପରେ ବନ୍ଧା ହେଲେ ଯୁବକ । ଏପରି ଘଟଣା ରାଜଧାନୀରେ ଘଟିଥିବା ବେଳେ ଗିରଫ ଯୁବକଜଣକ ହେଲେ ପ୍ରୀତି ପ୍ରକାଶ ନାୟକ ନାମକ । ତାଙ୍କୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି।

କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି, ଏ ସଂପର୍କରେ ସଂପୃକ୍ତ ଯୁବତୀ ଥାନାରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା ।

ତାଙ୍କର ଏକ ଜାଲ୍ ଭିଡିଓ ସୋଶାଲ ମିଡିଆରେ ପ୍ରୀତି ପ୍ରକାଶ ଅପଲୋଡ୍ କରିଥିବା ନେଇ ଯୁବତୀଜଣକ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ଏପରିକି ସେ ଷଡ଼ଯନ୍ତ୍ର କରି ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଭଳି ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗ ହୋଇଥିଲା। ଫଳରେ ଯୁବତୀଙ୍କ ପ୍ରତିଷ୍ଠାରେ ଆଞ୍ଚ ଆସିଥିଲା ଓ ସେ ଅପମାନିତ ହୋଇଥିଲେ। ଏହା ତାଙ୍କ ଭାବନାକୁ ଆଘାତ ଦେଇଥିଲା।

ଯୁବତୀଜଣଙ୍କ ବିରୋଧ କରିବାରୁ ପ୍ରୀତି ପ୍ରକାଶ ତାଙ୍କୁ ଧମକଚମକ ବି ଦେଇଥିଲେ। ଫଳରେ ନ୍ୟାୟ ପାଇଁ ଯୁବତୀଜଣକ ଥାନା ଦ୍ୱାରସ୍ଥ ହୋଇଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପ୍ରୀତି ପ୍ରକାଶଙ୍କୁ ଗିରଫ କରାଯାଇଛି। ଏନେଇ ପ୍ରୀତି ପ୍ରକାଶଙ୍କର କୌଣସି ବୟାନ ମିଳିପାରିନି।

ad-week
Leave A Reply

Your email address will not be published.