ସିସି କ୍ୟାମେରା ନଜରରେ ରହିବ ଶ୍ରୀମନ୍ଦିର..

add-all

ପୁରୀ : ଉଚ୍ଚକ୍ଷମତାସମ୍ପନ୍ନ ସିସି କ୍ୟାମେରା ନଜରରେ ରହିବ ଶ୍ରୀମନ୍ଦିର। ଭିଡିଓ ଫୁଟେଜ୍‌ ଏତେ ସ୍ପଷ୍ଟ ଦୃଶ୍ୟମାନ ହେବ ଯେ ସହଜରେ ଜଣେ ବ୍ୟକ୍ତିଙ୍କୁ ଚିହ୍ନି ହେବ। ଅବଢ଼ା ଯୋଜନାରେ କାମ ହେବାକୁ ଥିବା ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଓବିସିସି ପକ୍ଷରୁ ଏ ନେଇ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ଦିଲ୍ଲୀର ପ୍ୟାନ ଇଣ୍ଟେଲ୍‌କମ୍ କମ୍ପାନି ଏହି ଟେଣ୍ଡର ନେଇଛି। ସମ୍ପୃକ୍ତ କମ୍ପାନିକୁ କାମର କାର୍ଯ୍ୟାଦେଶ ପ୍ରଦାନ ସରିଛି। ରଥଯାତ୍ରା ପୂର୍ବରୁ ସମସ୍ତ କ୍ୟାମେରା ଲଗାଇବାକୁ କୁହାଯାଇଛି। ଏହା ପୂର୍ବରୁ ସମ୍ପୃକ୍ତ କମ୍ପାନି ଶ୍ରୀମନ୍ଦିର ପ୍ରଶାସନକୁ ଏହାର ପାୱାର୍‌ପଏଣ୍ଟ୍‌ ପ୍ରେଜେଣ୍ଟେସନ୍‌ ଦେଖାଇଛି।

ରୋ‌ଷଘରେ ଚୁଲିଭଙ୍ଗା ଅଘଟଣ ପରଠାରୁ ଶ୍ରୀମନ୍ଦିରକୁ ସିସି କ୍ୟାମେରା ନଜରରେ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଅବଢ଼ା ଯୋଜନାରେ ୧୬୨ଟି ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଶ୍ରୀମନ୍ଦିରରେ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକ୍ରମେ ଦିଲ୍ଲୀର କମ୍ପାନିକୁ ସିସି କ୍ୟାମେରା ଲଗାଇବା ଦାୟିତ୍ବ ଦିଆଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସିସି କ୍ୟାମେରା ଲଗାଇବା ବାବଦକୁ ୬.୪୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯେଉଁଥିରେ ଅଧିକାଂଶ ବୁଲେଟ୍‌ କ୍ୟାମେରା। ଏହି କ୍ୟାମେରାରେ ସହଜରେ ଲୋକଙ୍କ ମୁହଁ ଚିହ୍ନଟ ହୋଇପାରିବ। କ୍ୟାମେରା ଲୋକଙ୍କ ଚଳପ୍ରଚଳକୁ ସହଜରେ ଧରିପାରିବ। ଜୁମ୍‌ ସୁବିଧା ବି କ୍ୟାମେରାରେ ରହିବ। ଫଳରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା ରୋକିବା ସହଜ ହେବ। ଆଗରୁ କେବଳ ପୁଲିସ ପାଖରେ ସିସି କ୍ୟାମେରା ଫୁଟେଜ୍‌ ଦେଖିବାର ବ୍ୟବସ୍ଥା ଥିଲା। ସିସି କ୍ୟାମେରାର କଣ୍ଟୋଲ୍‌ ରୁମ୍‌ ପୁଲିସ ପାଖରେ ରହୁଥିଲା। ଏବେ ପୁଲିସ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ବି ସିସି କ୍ୟାମେରା ଫୁଟେଜ୍‌ ଦେଖିପାରିବେ।

ଏଥିପାଇଁ ପୁଲିସ କାର୍ଯ୍ୟାଳୟ ସହ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଓ ଶ୍ରୀମନ୍ଦିର ପରିସର ପ୍ରତ୍ନତତ୍ତ୍ବ ବିଭାଗ କାର୍ଯ୍ୟାଳୟ, ଏପରି ତିନିଟି ଜାଗାରେ କଣ୍ଟ୍ରୋଲ୍‌ ରୁମ୍‌ ରହିବ। ରଥଯାତ୍ରା ପୂର୍ବରୁ ସମସ୍ତ କ୍ୟାମେରା ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ସିସି କ୍ୟାମେରା ବ୍ୟବସ୍ଥା ରଥଯାତ୍ରା ପରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ରଥଯାତ୍ରା ପୂର୍ବରୁ ସିସି କ୍ୟାମେରା ଯେଉଁଠାରେ ଲଗାଯିବା କଥା ତାହା ଲଗାଇ ଦିଆଯିବ। ତେବେ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯକ୍ଷମ କରାଯିବ ନାହିଁ। ତଥାପି ରଥଯାତ୍ରା ପୂର୍ବରୁ କେତୋଟି ମୁଖ୍ୟ ଜାଗାରେ ସିସି କ୍ୟାମେରା ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମ୍ପୃକ୍ତକ୍ତ ଅଧିକାରୀ କହିଛନ୍ତି, କେବଳ ସିସି କ୍ୟାମରା ଲଗାଇ ଦିଆଯିବନି, ସଂପୃକ୍ତ କମ୍ପାନି ଏହାର ୫ ବର୍ଷର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି। ଏଥିପାଇଁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

ad-week
Leave A Reply

Your email address will not be published.