୨୧ ଦିନିଆ ଦଣ୍ଡଯାତ୍ରାର ଶୁଭାରମ୍ଭ…

add-all

ହିଞ୍ଜିଳିକାଟୁ,୨୫।୩ : ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚୈତ୍ରମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜ ନିଜର ମାନସିକ ପୁରଣ ସକାଶେ ବହୁ କଷ୍ଟ ସହ୍ୟକରି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଅବସରରେ ଚେିତ୍ରମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ଶନିବାର ଦିନ ହିଂଜିଳିକାଟୁ ଓ ସ୍ଥାନୀୟ ବ୍ଳକ ବେଲଗାଁରେ ୨୧ ଦିନିଆ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି । ଶନିବାର ପ୍ରାତଃହରୁ ମାନସିକଧାରୀ ଦଣ୍ଡୁଆମାନେ ହାତରେ ପିଂଛମୂଠା ,ବାନା ଧରି ଢୋଲ, ମହୁରି ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି । ସହରର ଜନସାଧାରଣ ଘର ସମ୍ମୁଖରେ ଧୂପ, ଦୀପ, ନେିବେଦ୍ୟ ଓ ପୁର୍ଣକୁମ୍ଭ ସ୍ଥାପନ କରି ମାଁ ଦଣ୍ଡକାଳୀ ଓ ସପ୍ନେଶ୍ୱର ମହାଦେବଙ୍କୁ ଭୋଗ ସର୍ମପଣ କରିଥାନ୍ତି । ଗ୍ରାମ ପରିକ୍ରମା କରିବା ପରେ ମାନସିକଧାରୀ ଦଣ୍ଡୁଆମାନେ ପ୍ରଚଣ୍ଡ ରୌଦ୍ରତାପରେ ଧୂଳିଦଣ୍ଡ ଓ ପରେ ପୋଖରୀ ମଧ୍ୟରେ ଜଳଦଣ୍ଡ କରିଥିଲେ । ସନ୍ଧ୍ୟା ସମୟରେ ମାଁ ଦଣ୍ଡକାଳୀ ଓ ହରଗୌରୀଙ୍କୁ ଆଳତି ସର୍ମପଣ କରାଯାଇଥିଲା । ଆଳତି ସମୟରେ ହିଂଜିଳିକାଟୁ ସହର ସମେତ ନିକଟବର୍ତି ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତଙ୍କ ସମାଗମ ହୋଇଥିଲା ।ଆସିଲା କଳା ପାହାଡ ଭାଙ୍ଗିଲା ଲୁହାର ବାଡ ରୁଦ୍ରକାଳୀଙ୍କୁ ଭଜହେ ଓ ସପ୍ନେଶ୍ୱରଙ୍କୁ ଭଜହେ ଧ୍ୱନିରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇଊଠିଥିଲା । ମଧ୍ୟ ରାତ୍ରରେ କାଳୀ ପ୍ରସନ୍ନ ଓ କାଳିକା ନାଚ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ବଡ଼ ଦଳ ପକ୍ଷରୁ ଓ ସାନ ଦଳ ପକ୍ଷରୁ ‘ ଆଖି ତୋର ଲୁହ ମୋର’ ଏବଂ ବେଲଗାଁ ଦଳ ପକ୍ଷରୁ ସାମାଜିକ ନାଟକ ପରିବେଷଣ କରାଯାଇଥିଲା । ଅନୁରୂପ ଭାବେ ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡ଼ା. ମକରଝୋଳ, ସମରଝୋଳ,ଖଣ୍ଡରା, ଚାନ୍ଦୁଲି, ସାରୁ, ଆଲପୁର, ପୋଚିଲିମା ପ୍ରମୁଖ ଗ୍ରାମ ଗୁଡ଼ିକରେ ପର୍ଯ୍ୟାୟ କ୍ରମେ ୧୮ ଓ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇ ଏପ୍ରିଲ ମାସ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା ସମାପ୍ତ ହେବ ।

ad-week
Leave A Reply

Your email address will not be published.