ଆଜିଠୁ ଗଞ୍ଜାମ ପ୍ରସିଦ୍ଧ ମାଁ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରାରମ୍ଭ…

add-all

ବ୍ରହ୍ମପୁର : ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ଶନିବାର ଆରମ୍ଭ ହୋଇଛି। ଏ ନେଇ ବ୍ରହ୍ମପୁର ଅମ୍ବପୁଆ ଦକ୍ଷିଣ କାଳୀ ମନ୍ଦିର ସମେତ ସମଗ୍ର ଜିଲାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଦଣ୍ଡ ଯାତ୍ରା ଦଳ ରେ ଶହଶହ ସଂଖ୍ୟାରେ ମାନସିକଧାରୀମାନେ ଭୁକ୍ତା ଭାବରେ ସାମିଲ ହୋଇଛନ୍ତି। ଏମାନେ ଦୀର୍ଘ ୨୧ ଦିନ କାଳ ସ୍ୱତ ବସ୍ତ୍ରକୁ ପରିଧାନକରି ଶିବ କାଳୀଙ୍କୁ ସଙ୍ଗରେ ଧରି ସମଗ୍ର ଜିଲାର ବିଭିନ୍ନ ଗ୍ରାମଗୁଡ଼ିକୁ ଖାଲି ପାଦରେ ଚାଲିଚାଲି ଯାଇ ମାନସିକଧାରୀ ବ୍ୟକ୍ତିଙ୍କ ଦାଣ୍ଡରେ କଠୋର ନୃତ୍ୟମାନ ପରିବେଷଣ କରିବେ। ଯାହାକି ମଧ୍ୟାହ୍ନରେ ଟାଣ ଖରାରେ ଧୂଳିଦଣ୍ଡ, ନଦୀ କିମ୍ବା ପୋଖରୀରେ ପାଣିଦଣ୍ଡ, ଅର୍ଦ୍ଧରାତ୍ରରେ ଅଗ୍ନିଦଣ୍ଡ ପରିବେଷଣ କରିବେ। ଏହା ସହ ଭୁକ୍ତାମାନେ ଆମ୍ବପତ୍ରରେ ଦାନ୍ତ ଘଷିବେ, ଖୋଲା ଆକାଶ ତଳେ, ଖରାରେ ବର୍ଷାରେ ସ୍ଥାନରେ ରହିବା ସହ ଦିନକୁ ଗୋଟିଏଥର ନିଃଶବ୍ଦ ରାତ୍ରରେ ଅକଟା, ଅବଟା, ଅଫୁଟା ଖାଦ୍ୟ ଖାଇବେ। ଏହା ଆସନ୍ତା ମେଷ ବା ପଣା ସଂକ୍ରାନ୍ତିରେ ଉଦ୍‌ଯାପିତ ହେବ।

ad-week
Leave A Reply

Your email address will not be published.