ଫୁଲବାଣୀ ଓକିଲ ସଂଘର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ ବେହେରା ନିର୍ବାଚିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଭଗବାନ
ମହାନ୍ତି ନିର୍ବାଚିତ ହୋଇଥବା ବେଳେ ସମ୍ପାଦକ ଭାବେ କମଳ କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ବୀଣାପାଣି ପ୍ରଧାନ, ସହ ସମ୍ପାଦକ ରଞ୍ଜନ କୁମାର ଦାଶ,ଲାଇବ୍ରେରୀ ସମ୍ପାଦକ ଗୌରାଙ୍ଗ ଚରଣ ସ୍ବାଇଁ, କୋଷାଧ୍ୟକ୍ଷ ଭାବେ କୃଷ୍ଣ ଚନ୍ଦ୍ର ସେନାପତି ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଵିଜୟ କୁମାର ମହାନ୍ତି, ଦୁର୍ଗା ଶଙ୍କର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା,ଶିବ ପ୍ରସାଦ ତ୍ରିପାଠୀ, ସିଦ୍ଧେଶ୍ଵର ଦାଶ,ଅସୀମ କୁମାର ପ୍ରହରାଜ, ଚନ୍ଦ୍ର ଶେଖର ପରିଡା,ରବି ନାରାୟଣ ମିଶ୍ର, ନମିତା ସାହୁ,କୁଞ୍ଜ ବିହାରୀ ଶତପଥୀ,ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସମେତ ନିର୍ବାଚିତ ସମସ୍ତ ପ୍ରତିନ୍ଦ୍ବନ୍ଦି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ଓକିଲ ସଂଘର ନିର୍ବାଚନ ଅଧିକାରୀ ଭି ଭି ରାମଦାଶ ସୂଚନା ଦେଇଛନ୍ତି l ନିର୍ବାଚନ ଫଳାଫଳ ପ୍ରକାଶ ପରେ ଫୁଲବାଣୀ ବାର ସଙ୍ଘର ସମସ୍ତ ସଦସ୍ୟ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଛନ୍ତି l

ad-week
Leave A Reply

Your email address will not be published.