
ଦାରିଙ୍ଗବାଡ଼ି,୨୫/୩ : ଦାରିଙ୍ଗବାଡ଼ି ବ୍ଳକ ମହକୁମା ଠାରେ ରହିଥିବା ଅନୁସୂଚିତ ଜନଜାତି ଓ ଜାତିର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ଛାତ୍ରୀ ମାନେ ପାଣି ସମସ୍ୟାରେ ରହି ଆସୁଥିବା ଅଭିଯୋଗ ହେଉଛି। ଏହି ଛାତ୍ରୀ ନିବାସରେ ଚତୁର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଯାଏ ଅଧ୍ୟୟନ କରୁଥିବା ୩୭୦ ଜଣ ଛାତ୍ରୀ ଆଜକୁ ୨୦ ଦିନରୁ ଅଧିକ ହେବ ପାଣି ସମସ୍ୟାରେ ପଡ଼ି ନାଳପାଣିରେ ଗାଧୋଇବା ଓ ନିଜର ଡ୍ରେସ ପୋଷାକ ସଫା କରିବାକୁ ବାଧ୍ୟ ହେଉଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ଯେଉଁ ନାଳରେ ଦାରିଙ୍ଗବାଡ଼ି ବଜାର, ହୋଟେଲ ଓ ଲଜର ଅସନା ପାଣି ନାଳରେ ମିଶିଛି ସେହି ନାଳର ପାଣିରେ ଏହି ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରୀ ମାନେ ଗାଧୋଉ ଥିବା ନେଇ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିନାଥ ପ୍ରଧାନ ସହିତ ଅଭିଭାବକ ଅଭିଯୋଗ କରିଛନ୍ତି। ସରକାର ଅନ୍ତେବାସୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ତଥା ମାଗଣା ଖାଦ୍ୟ, ପୋଷାକ ଓ ବହିପତ୍ର ସୁଯୋଗ ଦେଇ ଶିକ୍ଷା ଦିଆ ଯାଉଛି ବୋଲି କୁହାଯାଉଛି। ହେଲେ ୨୦ ଦିନରୁ ଅଧିକ ହେବ ମଟର ଖରାପ ହେବା ପରେ ଆଜଯାଏ କେଉଁ କାରଣରୁ ମରାମତି ହୋଇ ପାରୁ ନଥିବାରୁ ଛାତ୍ରୀମାନେ ନାଳ ପାଣିକୁ ବ୍ୟବହାର କରୁଛନ୍ତି। ଏହି ବିଷୟରେ ଛାତ୍ରୀ ନିବାସର ଇନଚାର୍ଜ ରେ ଥିବା ପ୍ରଧାନ ଶିକ୍ଷକ ମୁକେଶ କୁମାର ଦୁଗାଲ ଙ୍କୁ ଯୋଗା ଯୋଗରେ କହିଛନ୍ତି ମଟର ଖରାପ ନୁହେଁ କୁଅଁରେ ପାଣି ନଥିବାରୁ ପାଣି ଉଠି ପାରୁ ନଥିବାରୁ ପାଣି ସମସ୍ୟା ସୃଷ୍ଟି ହୋଇଛି। ଯାହାରି ଫଳରେ ଛାତ୍ରୀମାନେ ନାଳ ପାଣି ବ୍ୟବହାର କରୁଥିବା କହିଛନ୍ତି। ହେଲେ ପ୍ରକୃତରେ ମଟର ଖରାପ ଥିବାରୁ ନା କୁଆଁରେ ପାଣି ନଥିବାରୁ ସମସ୍ୟା ସୃଷ୍ଟି ହୋଇଛି ତଦନ୍ତରୁ ହିଁ ଜଣା ପଡ଼ିବ। ଯଦି କୁଅରେ ପାଣି ନଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଦାରିଙ୍ଗବାଡ଼ିରେ ଗ୍ରୀଷ୍ମପ୍ରବାହ ପୂର୍ବରୁ ପାଣି ସମସ୍ୟା ହୋଇଛି ଏହା କେବଳ ଏହି ବର୍ଷ ନା ସମସ୍ୟା ବର୍ଷ ବର୍ଷର ରହିଛି। ପ୍ରଶାସନ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବୀ ହେଉଛି ।