ଦଣ୍ଡନାଚ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ…

add-all

ହିଞ୍ଜିଳିକାଟୁ, ୨୬।୩ : ହିଞ୍ଜିଳି ଥାନା ସାରୁ ଗ୍ରାମରେ ରବିବାର ସଂଧ୍ୟାରେ ଦଣ୍ଡକାଳୀ ନାଚ ଧୋବା ପୁଂଜାର ଅଧିକାରୀ ଟୁନା ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। ଅଧିକାରୀ ଟୁନା ରବିବାର ସଂଧ୍ୟାରେ ଗାଁ ପୋଖରୀରୁ ସ୍ନାନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ବିପକ୍ଷବାଦୀ ବାପ ଓ ପୁଅ ମିଶି କାତି ରେ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତା ଓ ଦଣ୍ଡନାଚ କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପ୍ରକାଶ। ଗୁରୁତର ଆହତ ଟୁନା ଙ୍କୁ ପରିବାର ଲୋକ ହିଞ୍ଜିଳିକାଟୁ ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଟୁନାଙ୍କ ହାତ, ମୁଣ୍ଡ ଓ ପିଠିକୁ ଆକ୍ରମଣ ହୋଇଛି।
ପ୍ରକାଶ ଯେ ଗତ ବୁଧବାର ଗାଁ ରେ ଦଣ୍ଡକାଳୀ ନାଚ ନିମନ୍ତେ ଧୋବା ପୁଞ୍ଜାଏ ବୈଠକ ଅନୁଷ୍ଠିତ ହୋଇଥିଲା। ଟୁନା ଙ୍କ ବିପକ୍ଷବାଦୀ ବୈଠକ ନେଇ ଅସନ୍ତୋଷ ଥିଲେ। ଉକ୍ତ ଘଟଣାକୁ ନେଇ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖବରପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନା ପହଞ୍ଚି ଘଟଣା ର ତଦନ୍ତ ଚଳାଇଥିବା ପ୍ରକାଶ। ଖବର ଲେଖା ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।

ad-week
Leave A Reply

Your email address will not be published.