ତୀର୍ଥଯାତ୍ରାରେ ବାହାରିଲେ ଜିଲ୍ଲା ର ବରିଷ୍ଠ ନାଗରିକ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡ଼ିଶା ପଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ମାଲକାନଗିରି ଏବଂ ଜିଲ୍ଲା ପ୍ରଶାସନ ପଯ୍ୟଟନ କଯ୍ୟାଳୟ ମାଲକାନଗିରି ତରଫରୁ ଆଜି ଜିଲ୍ଲା ପରିଷଦ କଯ୍ୟାଳୟ ନିକଟରେ ବସ ମାଧ୍ୟମରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଆୟୋଜନ କରାଯାଇଥିଲା। ମାଲକାନଗିରି ରୁ ପ୍ରାୟ ୯୩ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ମାଲକ୍ନଗିରିରୁ ଯୋଗ ଦେଇଥିଲେ। ତୀର୍ଥ ଯାତ୍ରୀ ମନେ ପ୍ରଥମେ ମାଲକାନଗିରି ରୁ ବସ ଯୋଗେ ରାୟେଗଡା ରେଳ ଷ୍ଟେସନ ପଯ୍ୟନ୍ତ ଯିବେ ପରେ ସେଠାରୁ ଟ୍ରେନ ଯୋଗେ ତିରୁପତି, ଭେଲୋର ଓ ଶ୍ରୀ କଳାହସ୍ତି ନାମକ ୩ଟି ତୀର୍ଥ ସ୍ଥାମ ଭ୍ରମଣ କରିବେ । ଏହି ଯାତ୍ରା ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୨ ତାରିଖ ପଯ୍ୟନ୍ତ ଜାରି ରହିବ ଏବଂ ଏପ୍ରିଲ ୩ ତାରିଖ ଦିନ ମାଲକାନଗିରି ଫେରି ଆସିବେ। ଆଜି ଏହି କଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ବିଶାଳ ସିଙ୍ଗ ସେଠାରେ ପହଁଚି ତୀର୍ଥ ଯାତ୍ରୀଙ୍କ ସହ ସାକ୍ଷାତ କରି ଯାତ୍ରୀଙ୍କ ଶୁଭ ଯାତ୍ରା ପାଇଁ କାମନା କରିଥିଲେ। ସମସ୍ତ ବରିଷ୍ଠ ତୀର୍ଥଯାତ୍ରୀ ବସରେ ବସିବା ପରେ ପି ଡି ଡି ଆର ଡି ଏ ରତ୍ନାକର ସାହୁ ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମଝି ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ।

ad-week
Leave A Reply

Your email address will not be published.