ଡିଭାଇଡର ଉପରେ ଚଢିଗଲା ମାଲବାହୀ ଟ୍ରକ

add-all


ହିଞ୍ଜିଳିକାଟୁ ୨୭।୩ ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ଛକ ଏନ ହେଚ ରୋଡ ୫୯ ଉପରେ ଏକ ପଥର ଵୋଝେଇ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଛି ।ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଵେଳେ ଟ୍ରକ ଆଗ ଭାଗ ନଷ୍ଟ ହୋଇଯାଇଛି। ଆସିକା ପଟୁ ଓଡି୦୭ ଏନ ୦୨୮୯ ନଂ ମାଲବାହୀ ଟ୍ରକଟି ରଵିବାର ମଧ୍ୟରାତ୍ରିରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଘୋଡାହଡ ନଦୀ ସେତୁ ପରେ ହିଞ୍ଜିଳିକାଟୁ ବଇଁଚବଣିଆ ଛକ ଆରମ୍ଭ ରେ ଭାରସାମ୍ୟ ହରାଇ ଟ୍ରକ ଟି ଡିଭାଇଡର ଉପରେ ଚଢିଗଲା। ଡିଭାଇଡର ଲୁହା ଫ୍ରେମ ୧୦ ମିଟର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଟ୍ରକ୍ ଆଗଭାଗ ନଷ୍ଟ ହୋଇଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ କୌଣସି ଜନଜୀବନ ନଷ୍ଟ ହୋଇନଥିବା ଓ ଏ ନେଇ ହିଞ୍ଜିଳି ଥାନାରେ ମାମଲା ରୁଜୁ ହୋଇନଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।

ad-week
Leave A Reply

Your email address will not be published.