ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାସିକ ଅଭିଯୋଗ ଶୁଣାଣି…

add-all

ବ୍ରହ୍ମପୁର : ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମାସିକ ଅଭିଯୋଗ ଶୁଣାଣି ଅନୁଷ୍ଠିତ, ଗଞ୍ଜାମ ଜିଲ୍ଲା ପିଡ଼ି ଡିଆର ଡିଏ ଭି. କୀର୍ତ୍ତି ଭାସନ ଯୋଗଦେଇ ୬୪ ଗୋଟି ମାମାଳା ର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୬୨ ଗୋଟି ଵ୍ୟଵକ୍ତିଗତ ରହିଥିବା ବେଳେ, ଦୁଇଟି ଗ୍ରାମଉପକଣ୍ଠ ସମ୍ବନ୍ଧୀୟ ସମସ୍ୟା ର ଶୁଣାଣି କରିଥିଲେ। ଗୋଟିଏ ମାମଳାରଶୁଣାଣି କରି ରେଡକ୍ରସ ସହାୟତା ପାଣ୍ଠିରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହି ଅବସରରେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ, ଉପଜିଲ୍ଲାପାଳ ଆଶୁତୋଷ କୂଳକାର୍ଣ୍ଣି ପ୍ରମୁଖ ଅଭିଯୋଗ ଶୁଣାଣି କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ, ଶିକ୍ଷା, ଜନ ସ୍ଵାସ୍ଥ୍ୟ, ପୂର୍ତ୍ତ ବିଭାଗ, ଟାଟା ପାୱାର, ବନ ବିଭାଗ ସମେତ ବିଭିନ୍ନ ବିଭାଗର ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.