ଦଣ୍ଡନାଚ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା, ଜଣେ ଗିରଫ

add-all

ହିଞ୍ଜିଳିକାଟୁ (୨୭।୩) : ହିଞ୍ଜିଳି ଥାନା ସାରୁ ଗ୍ରାମରେ ରବିବାର ସଂଧ୍ୟାରେ ଦଣ୍ଡକାଳୀ ନାଚ ଧୋବା ପୁଂଜାର ଅଧିକାରୀ ଟୁନା ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣାରେ ହିଞ୍ଜିଳି ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ସାରୁ ଗ୍ରାମର ସୁଶାନ୍ତ ସେଠି। ହିଞ୍ଜିଳି ପୋଲିସ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ଅଧିକାରୀ ଟୁନା ରବିବାର ସଂଧ୍ୟାରେ ଗାଁ ପୋଖରୀରୁ ସ୍ନାନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ବିପକ୍ଷବାଦୀ ବାପ ସୁଶାନ୍ତ ଓ ପୁଅ ଗଙ୍ଗା ମିଶି କାତି ରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଗୁରୂତର ଟୂନା କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଟୁନା ଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ନେଇ ଟୁନା ଙ୍କ ସ୍ତ୍ରୀ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ହିଞ୍ଜିଳି ଥାନାରେ କେଶ ନଂ ୧୮୬।୨୩ ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରିଥିଲେ। ସୋମବାର ସୁଶାନ୍ତ କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

ad-week
Leave A Reply

Your email address will not be published.