ଫୁଲବାଣୀ ବନାନୀ କଳା ସଙ୍ଗମ ପକ୍ଷରୁ, ବିଶ୍ଵନାଟ୍ୟ ଦିବସ ୨୦୨୩ ପାଳିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବନାନୀ କଳା ସଙ୍ଗମ ଠାରେ ବିଶ୍ଵ ନାଟ୍ଯ ଦିବସ ୨୦୨୩ ପାଳିତ ହୋଇ ଯାଇଛି l ଏହି ଅବସରରେ ଅନୁଷ୍ଠାନର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ “ଦୁନିଆ ଏକ ରଙ୍ଗ ମଞ୍ଚ” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼ଃ ଅନନ୍ତ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଡ଼ଃ ଅରୁପ କୁମାର ଜେନା,ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ନାଟକ ସମ୍ଵନ୍ଧରେ ବିଷଦ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମକୁ ଅଶୋକ କୁମାର ପରିଡା ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.