ମାଁ ଶ୍ୟାମଳାଈ ପୀଠରେ ଭକ୍ତଙ୍କ ଭିଡ଼…

add-all

ହିଞ୍ଜିଳିକାଟୁ : ମାଁ ଶ୍ୟାମଳାଈ ଙ୍କ ଚୈତ୍ର ପର୍ବ ତୃତୀୟ ପାଳୀ ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୁଆଁବୁରୁପଡା ନୀକଟ ମାଁ ଶ୍ୟାମଳାଈ ପୀଠରେ ଭକ୍ତଙ୍କ ଜନସମୁଦ୍ର ଦେଖିବାକୁ ମିଳିଛି । ଏହାକୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି ଆୟୋଜନ କରାଯିବ ସେଥିପାଇଁ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି ।

ଚୈତପର୍ବ ଉପଲକ୍ଷେ ମଙ୍ଗଳବାର ଭୋରରୁ ମାଁଙ୍କ ମାର୍ଜଣା, ମଙ୍ଗଳ ଆଳତି, ସୂର୍ଯ୍ୟପୂଜା, ମଇଲମ ପରେ ସମସ୍ତ ଦେବପୂଜା ହୋଇ ପୂଜାର୍ଚ୍ଚନା କରାଯାଇଥିଲା। ଆଳତି ପରେ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା।ଦୂରଦୁରାନ୍ତରୁ ଭକ୍ତ ମାନେ ସୋମବାର ରାତିରୁ ମନ୍ଦିର ପରିସରରେ ଅସ୍ଥାଈ ଟେଣ୍ଟ ଖୁଣ୍ଟ ପୋତି ଭିଡ ଜଣାଇଥିଲେ।ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ମାନସିକ ମୁଣ୍ଡନ କରି ଭୋଜିଭାତ କରି ଭୋଜନ କରିଥିଲେ। ଅନୁରୂପ ଭାବେ ହିଞ୍ଜିଳିକାଟୁ ବ୍ଳକ ଖରିଡା ଗ୍ରାମ ପଞ୍ଚାୟତ ମାଁକରେଈଶୁଣି ପିଠରେ ଚୈତପର୍ବ ଉପଲକ୍ଷେ ମୁଣ୍ଡନ କରି ଆତ୍ମୀୟ ପରିଜନଙ୍କ ସହ ଭୋଜି ଭାତ ଆୟୋଜନ କରିଥିଲେ। କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ମନ୍ଦିର ରେ ଜନସମାଗମ ହୋଇଥିଲା। ଚଣା, ବେଲୁନ, ପ୍ଲାଷ୍ଟିକ ଖେଳଣା, ମିଷ୍ଟାନ୍ନ ଦୋକାନ ବହୁମାତ୍ରାରେ ଖୋଲାଯାଇଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.