ଟାଟାଷ୍ଟିଲ୍ ମାଇନିଂର ଗୋପାଳପୁର କାରଖାନାରେ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

add-all

କାର୍ଯ୍ୟକ୍ଷେତ୍ରରେ ଶୂନ୍ୟଆଘାତ ଲକ୍ଷ୍ୟ

ବ୍ରହ୍ମପୁର : ଟାଟା ଷ୍ଟିଲ୍ ମାଇନିଂର ଗୋପାଳପୁର ସ୍ଥିତ ଫେରୋ ଆଲଏଜ୍ କାରଖାନାରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ କାରଖାନା ପରିସରରେ ବିଭିନ୍ନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ନିଜ କାର୍ଯ୍ୟ କ୍ଷେତ୍ରର ଆଖାପାଖ ଅଂଚଳର ଲୋକମାନଙ୍କୁ କାର୍ଯ୍ୟକ୍ଷେତ୍ର ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ସଚେତନ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ସ୍ଲୋଗାନ ଲିଖନ, ପୋଷ୍ଟର ଡିଜାଇନ୍, ପ୍ରବନ୍ଧ ଲିଖନ, କୁଇଜ୍ ପ୍ରତିଯୋଗିତା ଓ ହାଜାର୍ଡ ହଂଟ୍ (ବିପଦ ଚିହ୍ନଟ) ଆଦି ପ୍ରତିଯୋଗିତା ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରେ ଆୟୋଜନ କରାଯାଇଥିଲା । ଉଦ୍ଯାପନୀ ସମାରୋହକୁ ଦେଖିବା ଲାଗି ବିଭିନ୍ନ ବିଭାଗର ପ୍ରାୟ ୨୫୦ ଲୋକଙ୍କ ସମାଗମ ହୋଇଥିଲା ଏବଂ ସେମାନେ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ଓ ସୁରକ୍ଷା ସଚେତନତାର ପ୍ରସାର କରିବା ଲାଗି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ଷେତ୍ରରେ ଶୂନ୍ୟ ଆଘାତ ଲକ୍ଷ୍ୟକୁ ହାସଲ କରିବା ଲାଗି ସୁରକ୍ଷା ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କର୍ମଚାରୀମାନେ ଶପଥ ପାଠ କରିଥିଲେ । ଫ୍ୟାକ୍ଟ୍ରିସ୍ ଆଣ୍ଡ୍ ବଏଲର୍ସର ସହକାରୀ ନିର୍ଦେଶକ ସୁଧାଂଶୁ ଶେଖର ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାରଖାନାର ସୁରକ୍ଷା ମାନଦଣ୍ଡକୁ ପ୍ରଶଂସା କରିଥିଲେ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବା ଲାଗି ଟି ଏସ୍ ଏମ୍ ଏଲ୍ ର ଉଦ୍ୟମକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଲୋକମାନଙ୍କୁ ସମ୍ବୋଧିତ କରି ସେ ଜାତୀୟ ସୁରକ୍ଷା ପରିଷଦ, ଏହାର ଗଠନ ପଛର ଉଦ୍ଦେଶ୍ୟ ଓ ଶିଳ୍ପ କାରଖାନାରେ କାର୍ଯ୍ୟ କରୁଥିବା ଲୋକମାନଙ୍କର ଏହା କିଭଳି ଯତ୍ନ ନେଉଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏଫ୍ ଏପି ଗୋପାଳପୁରର ୟୁନିଟ୍ ମୁଖ୍ୟ ଅଟଲା ରାମବାବୁ ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଶୂନ ଆଘାତ (ଜିରୋ ହାର୍ମ) ଲକ୍ଷ୍ୟ ହାସଲ ପ୍ରତି ଟି ଏସ୍ ଏମ୍ ଏଲ୍ ର ଆଭିମୁଖ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । କର୍ମ କ୍ଷେତ୍ରରେ ସୁରକ୍ଷାର ଗୁରୁତ୍ୱ ଏବଂ ସୁରକ୍ଷିତ କାର୍ଯ୍ୟ କ୍ଷେତ୍ରକୁ ନିଶ୍ଚିତ କରିବା ଲାଗି କଂପାନି ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଥିଲେ । କର୍ମକ୍ଷେତ୍ରରେ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ଏହି ଅବସରରେ କର୍ମଚାରୀମାନେ ଏକ ନାଟକ ପରିବେଷଣ କରିଥିଲେ ।

ad-week
Leave A Reply

Your email address will not be published.