ରାମନବମୀକୁ ନେଇ ରାଏବୋଗା ଥାନା ପରିସରରେ ଶାନ୍ତି କମିଟି ବୈଠକ…

add-all

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ପରିସରରେ ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଏବୋଗା ଥାନା ଅଧିକାରୀ ସୁର୍ଯ୍ୟକାନ୍ତୀ ଦାସଙ୍କ ଉପସ୍ଥିତିରେ ରାମନବମୀ କିପରି ଶାନ୍ତି ଶୃଙ୍ଖଳା ର ସହ ପାଳନ କରାଯିବ ତାକୁ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରାମନବମୀ ପାଳନ କୁ ନେ଼ଇ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।ରାମନବମୀ କମେଟୀ ପକ୍ଷରୁ ବସନ୍ତ କୁମାର ଗୋପ,ଜନକ ସାହୁ, ଗୌରବ ସାହୁ, ଆଦର୍ଶ ସାହୁ,ଦୁର୍ଗାମାଧବ ଗଡତିଆ ଏବଂ ମୁସଲିମ କମିଟି ପକ୍ଷରୁ ମହମ୍ମଦ କମୃଦ୍ଦିନ, ନେଶାର ଆଳମ,ରାଜନ ଆଲମ,ମହମ୍ମଦ ଆରିଫ, ଆଫତାବ ଆଲାମ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିବା ସହ ବୈଠକ ସମ୍ପୂର୍ଣ୍ଣ ହୋଇଥିଲା ।

ad-week
Leave A Reply

Your email address will not be published.