କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ନେଇ ଥାନାରେ ଅଭିଯୋଗ…

add-all

ହିଞ୍ଜିଳିକାଟୁ ୨୯।୩ : ହିଞ୍ଜିଳିକାଟୁ କଲେଜ ଛାତ୍ରୀଙ୍କୁ କଲେଜ ଠାରୁ ବସଷ୍ଟାଣ୍ଡ ଆସିବା ବେଳେ କିଛି ଯୁବକ କମେଣ୍ଟ ମାରୁଥିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ବୁଧବାର ଛାତ୍ରୀ ଜଣଙ୍କ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ନେଇ ହିଞ୍ଜିଳି ଥାନାରେ ୧୯୬।୨୩ ରେ ମାମଲା ରୁଜୁ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି। ଖବରରୁ ପ୍ରକାଶ ସୋରଡା ଗ୍ରାମ ଗୋବିନ୍ଦପୁର ଗ୍ରାମ ର ପ୍ରିୟଙ୍କା ଦାସ ହିଞ୍ଜିଳିକାଟୁ କଲେଜ କୁ ପଢିବା ପାଇଁ ଯିବା ଆସିବା କରୁଛନ୍ତି। ପ୍ରତିଦିନ କିଛି ଯୁବକ କଲେଜ ରୁ ଘରକୁ ଯିବା ପାଇଁ ଚାଲି ଚାଲି ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଆସିବା ସମୟରେ ଅଶ୍ଳୀଳ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ବୁଧବାର ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.