କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ପକ୍ଷରୁ ପଣା ବଣ୍ଟନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଆନୁକୂଲ୍ୟରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ହେଉଛି ପବିତ୍ର ରାମନବମୀ ଏହି ଅବସରରେ ଏକ ହଜାର ହଜାର ଭକ୍ତଙ୍କ ସମାବେଶରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସେହି ଭକ୍ତଙ୍କ ସକାଶେ ଫୁଲବାଣୀ ରାଜା ମାର୍କେଟ ସମ୍ମୁଖରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା। ଏହି ପୁଣ୍ୟ କାର୍ଯ୍ୟରେ ବରିଷ୍ଠ ନାଗରିକ ସଂଘର ସଭାପତି କମଳା କାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ପ୍ରଣବ କୁମାର ମଣ୍ଡଲ,ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁଙ୍କ ସମେତ କର୍ମକର୍ତ୍ତା ଓ ଵହୁ ଵରିଷ୍ଠ ନାଗରିକମାନେ ସହଯୋଗ କରିଥିଲେ। ସଂଘର ଏହି କାର୍ଯ୍ୟକ୍ରମକୁ ସହରବାସୀ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ସହରବାସୀଙ୍କ ଉନ୍ନତି ପାଇଁ ବରିଷ୍ଠ ନାଗରିକମାନେ ଵିଭିନ୍ନ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେବେ ବୋଲି କୁହାଯାଇଛି l

ad-week
Leave A Reply

Your email address will not be published.