ରାଇଘରଠାରେ ଶ୍ରୀରାମନବମୀର ବିଶାଳ ସମାବେଶ…

add-all

ରାଇଘର(୩୦/୦୩) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଚପକା ଢିପକା ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ରାଇଘର ବ୍ଲକର ବିଭିନ୍ନ ଅଂଚଳର ଆଗତ ଆନୁମାନିକ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଭକ୍ତମାନେ ଶ୍ରୀରାମନବମୀ ପର୍ବରେ ଯୋଗଦାନ କରିଥିଲେ l
ଚୈତ୍ର ମାସ ଶୁକ୍ଲପକ୍ଷ ନବମୀରେ ମିଥିଲାର ରାଜା ଶ୍ରୀ ଦଶରଥଙ୍କ ଘରେ ଶ୍ରୀ ରାମଙ୍କ ଜନ୍ମ ହୋଇଥିଲା, ସେଥିପାଇଁ ଏହି ଦିନଟିକୁ ପର୍ବ ହିସାବରେ ମାନି ପୂଜା କରିବା ସହିତ ଦୀପ ଧୂପର ପ୍ରଜ୍ୱଳନ ଏବଂ ଯଜ୍ଞ କରାହୁଏ l କାହିଁକି ନା ଏହି ହବନ ପୂଜା ଦ୍ଵାରା ପରିବାରର ସମସ୍ତେ ଭଲରେ ଥାନ୍ତି ବୋଲି ଭକ୍ତମାନଙ୍କର ମନରେ ଯୁଗ ଯୁଗ ଧରି ବିଶ୍ୱାସର ସହିତ ଏହି ପର୍ବ ଟିର ପରମ୍ପରା ଚଳିଆସୁଅଛି l ରାଇଘର ଅଞ୍ଚଳର ସମସ୍ତ ଭକ୍ତମାନେ ହାତରେ ରାମ ନାମଙ୍କ ଚିତ୍ରିତ ପତାକା ଧରି ବାଜା ଏବଂ ଶଙ୍ଖର ଜୟରାମ ଧ୍ୟନି କରି ରାମ ରଥଟିକୁ ପାଛୋଟି ନେଇ ଚପକାଢ଼ିପକା ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ରାଇଘର ସଦର ଶ୍ରୀ ହନୁମାନଙ୍କ ମନ୍ଦିର ପଯ୍ୟନ୍ତ ଏକ ବିଶାଳ ରେଲି କରି ପର୍ବ ଟିକୁ କୌଣସି ଅପ୍ରୀତିକର ଘଟଣା ନ ଘଟି ଶାନ୍ତି ଶୃଙ୍ଖଳାର ସହିତ ସଫଲ୍ୟ କରିବା ଦୃଷ୍ଟି ଗୋଚର ହେଲା l
ରାଇଘର (ଅପୂର୍ବ ମଣ୍ଡଳ )

ad-week
Leave A Reply

Your email address will not be published.