କାଶିପୁର ଓ ଟିକିରିରେ ପବିତ୍ର ଶ୍ରୀରାମନବମୀ ମହୋତ୍ସବ…

add-all


କାଶିପୁର /ରାୟଗଡା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କାଶିପୁର ଓ ଟିକିରି ଠାରେ ଆଜି ପବିତ୍ର ଶ୍ରୀ ରାମ ନବମୀ ମହୋତ୍ସବ ଉପଲକ୍ଷେ ଶ୍ରୀ ରାମ ମନ୍ଦିର ଠାରେ ମହା ଯଜ୍ଞ ଓ ଅନ୍ନଭୋଜନ ଅନୁଷ୍ଠିତ ହୋଇଛି। ଆଜି ଟିକିରି ସଭାଯାତ୍ରାରେ ଛୋଟଛୋଟ ପିଲାମାନଙ୍କ ଦ୍ୱାରା ଏକ ବାଲ ବଜରଙ୍ଗୀ ଓ ମଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଅବସର ରେ କାଶିପୁର ଓ ଟିକିରି ଶିଶୁ ମନ୍ଦିର ରେ ଅନେକ ଛୋଟ ଛୋଟ ପିଲା ମାନେ ନିଜେ ରାମ,ଲକ୍ଷଣ,ସିତାମାତା ଓ ହନୁମାନ ହୋଇ ସୁସଜ୍ଜିତ ହୋଇ ବିଦ୍ୟାଳୟ ରେ ରାମ ନବମୀ ପାଳନ କରିଥିଲେ ଟିକିରି ଅଞ୍ଚଳର ଯୁବକ ଓ ଭକ୍ତ ମାନେ ଏକତ୍ରିତ ହୋଇ ମଟର ସାଇକେଲ ନେଇ ସକାଳ 10ଘଟିକା ସମୟରେ ଟିକିରି ର ଜାମଗୁଡା ଠାରୁ ଏହି ସଭା ଯାତ୍ରା ବାହାରିଥିଲା ଓ ଗୋକୁଳମୁଣ୍ଡା ପଯ୍ୟନ୍ତ ଯାଇ ସେଠାରୁ ପୁଣି ଥରେ ଫେରି ଟିକିରି ହନୁମାନ ମନ୍ଦିର ଯାଇ ସେଠାରେ ଅନ୍ନଭଜନ କରିଥିଲେ ସେହି ଭଳି କାଶିପୁର ବ୍ଲକ ଅଫିସ ଠାରୁ ସଭା ଯାତ୍ରା ବାହାରି ହନୁମାନ ମନ୍ଦିର ପଯ୍ୟନ୍ତ ପହଞ୍ଚିଥିଲେ ।‌ ପରେ ସମସ୍ତ ଛୋଟ ଛୋଟ ପିଲାମାନଙ୍କୁ ନେଇ ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରାରେ ଟିକିରି ନଗର ପରିକ୍ରମା କରି ଥିଲେ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରାରେ ଭାଗ ନେଇଥିବା ଛୋଟ ଛୋଟ ପିଲା ମାନେ ବେଶ୍ ଖୁସି ଥିବାର ଦେଖିବାକୁ ମିଳିଥିବା ସହିତ ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା ରାଲିରେ ଛୋଟ ଛୋଟ ପିଲା ମାନଙ୍କ ଶ୍ରୀ ରାମ ଧୋନି ରେ ଚମକି ଉଠିଥିଲା ଟିକିରି ଓ କାଶିପୁର |

ad-week
Leave A Reply

Your email address will not be published.