
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ବର୍ଷ ଶ୍ରୀରାମ ନବମୀ ଶୁଭ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ବିଶାଳ ଶୋଭାଯାତ୍ରା ଆୟୋଜନ ହୋଇଥିଲା।ଏହି ଶୋଭା ଯାତ୍ରରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ଜାତି ଧର୍ମର ଭକ୍ତ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ବଜାର ମଧ୍ୟରେ ପ୍ରଵେଶ କରି ମାଦି କୁଦା ଛକ ଦେଇ ହିଲଭିୟୁ ଦେଇ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ସହର ପ୍ରରିକ୍ରମା କରିଥିଲେ । ପ୍ରତ୍ୟେକ ମାର୍କେଟର କର୍ମକର୍ତ୍ତା ମାନେ ରାମ ରଥକୁ ସ୍ୱାଗତ କରିବା ସହିତ ପୁଷ୍ପ ବର୍ଷଣ କରିଥିଲେ l ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ବ୍ଳକରୁ କୀର୍ତନ ମଣ୍ଡଳୀ,ଗାୟତ୍ରୀ ପରିବାର, ଢୋଲ, ମର୍ଦଳ,ବାଣ ସହିତ ରାମ ଧ୍ଵନିରେ ସମଗ୍ର ଫୁଲବାଣୀ ସହର ପ୍ରକମ୍ପିତ ହୋଇ ଯାଇଥିଲା l ଏଥି ସହିତ ବାଇକ ଜରିଆରେ ଜୟ ଶ୍ରୀରାମ ଧୋନି ଦେଇ ଶ୍ରୀରାମଙ୍କ ପତାକା ହଲାଇ ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରିଥିଲା।ଏହି କାର୍ଯ୍ୟକ୍ରମକୁ ଟି. ଶିବ ଶଙ୍କର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରିୟ ରଞ୍ଜନ ଚୌଧୁରୀ, ଅରୁଣ ପ୍ରଧାନ, ଦେବାଶିଷ ପଟ୍ଟନାୟକ,ପ୍ରସନ୍ନ ପଟ୍ଟନାୟକ, ମୁକ୍ତି କାନ୍ତ ମହାନ୍ତି, ସନିଆ ମହାନ୍ତି,ଟୁଟୁ ସେନାପତି ମାନସ ପାତ୍ର, ଅରୁଣ ପଣ୍ଡା,ପ୍ରଦୀପ ମୁନି ଟିମ ହ୍ୟୁ ମାନିଟିର ଆବାହକ ଭି ଲୋକନାଥ ରାଜୁ ପ୍ରମୁଖ ସହଯୋଗ କରିଥିଲେ l
ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସ୍ୱାମୀ ଜୀବନ ଚୈତନ୍ୟ ବେଦ ଉପନିଷଦ ଉପରେ ହିନ୍ଦୁ ମାନଙ୍କ ଜ୍ଞାନ ଅର୍ଜନ କରିବା ନିହାତି ଆବଶ୍ୟକ l ଆଗାମୀ ଦିନରେ ସମଗ୍ର ଭାରତରେ ଶିକ୍ଷା ବ୍ୟବସ୍ଥାରେ ବେଦ ଉପନିଷଦକୁ ସ୍ଥାନ ଦିଆଯିବାକୁ ସ୍ତିର କରାଯାଇଛି ବୋଲି ବକ୍ତବ୍ୟ ରଖିଥିଲେ l