ସୌମ୍ୟା ରାୟ ଭଦ୍ରକ ଜିଲ୍ଲାରେ ଶ୍ରେଷ୍ଠ ସବ୍ଇନ୍ସପେକ୍ଟର…

add-all

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ କାର୍ଯ୍ୟରତ ମହିଳା ଏସ ଆଇ ସୌମ୍ୟା ରାୟ ଜିଲ୍ଲାରେ ଶ୍ରେଷ୍ଠ ପୋଲିସ ଏସ ଆଇ ରୂପେ ପୁରସ୍କୃତ ହୋଇଛନ୍ତି।ଶନିବାର ଅନୁଷ୍ଠିତ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଏସ.ପି ବରୁଣ ଗୁଣ୍ଟୁ ପାଲି ତାଙ୍କୁ ପୁରସ୍କୃତ କରିଥିଲେ।

୨୦୧୭ ମସିହା ଜାନୁଆରୀ ମାସ ରେ ପ୍ରଥମେ ଅନୁଗୁଳ ସହର ଥାନା ରୁ ନିଜ ପୋଲିସ ଚାକିରି ଆରମ୍ଭ କରିଥିବା ସୌମ୍ୟା ପରେ ୨୦୨୦ ମସିହାରେ ଭଦ୍ରକ ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ଚାନ୍ଦବାଲି ଥାନାରେ କାର୍ଯ୍ୟରତ ଅଛନ୍ତି। ମହାମାରୀ କରୋନା ସମୟରେ ତାଙ୍କ କାର୍ଯ୍ୟ ଶୈଳୀ ଉଚ୍ଚ କୋଟିର ଥିଲା। ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.