ପି. ରାଜେଶ ରାଓଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଗିରଫ

add-all

ବ୍ରହ୍ମପୁର : ଗତ ମାର୍ଚ୍ଚ୨୭ ତାରିଖରେ ପଞ୍ଚୁଦେଉଲ ସାହିର ପି. ରାଜେଶ ରାଓ ଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାରେ ବଡବଜାର ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ତାଙ୍କ ମାଁ ଇନ୍ଦିରା ରାଓ ବଡବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜେଶ ଉପରେ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା।ଅଧିକା ତଦନ୍ତ କରିବା ପରେ ଏହି ଆକ୍ରମଣ ଘଟଣା ଭିଆଇଥିବା ରଂଗୁଣି ବନ୍ଧସାହିର ଅଜିତ କୁମାର ନାୟକ ଓରଫ ଅଜୁ ନାୟକ, ପାଣ୍ଡବ ନଗର ପ୍ରଥମେ ଗଳିର ବିରେନ ବିଶୋଇ, ଏବଂ ସଂଖାରି ସାହିର ପିଙ୍କି ପତ୍ରକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।ତେବେ ପୂର୍ବରୁ ରାଜେଶ ରାଓ ଏବଂ ଅଜୁ ନାୟକ ମଧ୍ୟରେ ଶତ୍ରୁତା ରହିଥିଲା।ପିଙ୍କି ପତ୍ର ଓ ରାଜେଶ ମଧ୍ୟରେ ସମ୍ପର୍କ ରହିଥିବା ବେଳେ କିଛିଦିନ ହେଲା ଏହି ସମ୍ପର୍କ ରେ ବିବାଦ ସୃଷ୍ଟି ହୋଇଥିଲା।ଯାହାକୁ ନେଇ ଏକ ଷଡଯନ୍ତ୍ର ତିଆରି କରି ରାଜେଶ ଆକ୍ରମଣ ହୋଇଥିବା ପୋଲିସ କହିଛି।

ad-week
Leave A Reply

Your email address will not be published.