ଗ୍ରାମର ନାଳ ସଫାକଲେ ୩ ଯୁବକ…

add-all

ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ପଞ୍ଚାୟତ ଚିଲିଗୁଡା ଗ୍ରାମରେ ନାଳ ସଫା କରି ଆଦର୍ଶ ପାଲଟିଛନ୍ତି ତିନି ଯୁବକ | ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ନାଳ ପୋତି ହୋଇ ଅଇଳା ଆବର୍ଜନା ପୂର୍ଣ ନାଳ ପାଣି ଗ୍ରାମ ସଡ଼କ ଉପରେ ଚାଲୁଥିଲା। ଦୀର୍ଘଦିନ ଧରି ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଅନେକ ବାର ଅଭିଯୋଗ କରିବା ପରେ କେହି ମଧ୍ୟ ନାଳ ସଫା କରିବା ପ୍ରତି ଗୁରୁତ୍ବ ଦେଇ ନଥିଲେ।ଶେଷରେ ଚିଲିଗୁଡା ଗ୍ରାମର ଯୁବକ ଯୁବ ଗୋଷ୍ଠୀ ଙ୍କୁ ସାଥିରେ ନେଇ ଉକ୍ତ ନାଳକୁ ସଫାସୁତୁରା କରି ଗ୍ରାମକୁ ନର୍ଦ୍ଧମା ରୁ ମୁକ୍ତ କରି ସଫା ସୁତୁରା କରିଥିଲେ ।ଏହି ମହାନ କାମରେ ଚିଲିଗୁଡା ଗ୍ରାମର ମୀନ ହରିଜନ,ଦାସ ହରିଜନ,ବଳି ହରିଜନ, ନରେନ୍ଦ୍ର ହରିଜନ,କମୁଳୁ ହରିଜନ ଓ ତାଙ୍କ ସାତି ପ୍ରମୁଖ ସାମିଲ ଥିଲେ। ଏତାଦୃଶ କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କର ପ୍ରଶଂସାର ପାତ୍ର ହେବା ସହ ଅନ୍ୟ ପାଇଁ ଆଦର୍ଶ ପାଲୋଟି ଛନ୍ତି |

ad-week
Leave A Reply

Your email address will not be published.