ଟାଟା ପାୱାରର ମନମୁଖୀ କାର୍ଯ୍ୟ – କାଳବୈଶାଖୀ ବିତି ଯିବାର ୪ ଦିନ ପରେ ମଧ୍ୟ ଗାଁରୁ ବିଜୁଳି ଉଭାନ

add-all

ମାଲକାନଗିରି : ମାଲକାନଗିରି ସଦରମହକୁମା ସ୍ଥିତ ମାଲକାନଗିରି ବ୍ଲକ ତଣ୍ଡାପଲ୍ଲୀ ପଞ୍ଚାୟତର ପାନାଗୁଡ଼ା ଗ୍ରାମରେ କିଛି ଦିନ ତଳେ କାଳବୈଶାଖୀ ତାଣ୍ଡବ ରଚିଥିଲା ଯାହାଫଳରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।ଗ୍ରାମରେ କିଛି ଘରର ଚାଳଛପର ଉଡିଯିବା ସହ ଗାଁରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇପଡିଥିଲା । କାଳବୈଶାଖୀ ବିତିଯିବାର ୪ ଦିନ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ନହେବା ଯୋଗୁଁ ଲୋକେ ଅସୁବିଧାରେ ଅଛନ୍ତି । ଏହି ଗ୍ରାମରେ ପାଖାପାଖି ୧୦୦ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ବର୍ତମାନ ଗାଁରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇପଡିଛି। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଦିନ ଏବଂ ରାତି ମଧ୍ୟରେ ଚଳିବା କଷ୍ଟକର ହୋଇପଡୁଛି । ପିଲାଙ୍କ ପାଠପଢ଼ା, ମୋବାଇଲ ସେବା, ସହିତ ପାନୀୟ ଜଳର ସମସ୍ୟା ମଧ୍ୟ ଗ୍ରାମରେ ଉପୁଜିଛି ବର୍ତ୍ତମାନ ସ୍କୁଲ କଲେଜରେ ଅନଲାଇନ ଫର୍ମ ଫିଲପ ଚାଲିଥିବା ବେଳେ ଗ୍ରାମବାସୀ ବାଧ୍ୟ ହୋଇ ପାଞ୍ଚ କିଲୋମିଟର ଦୂରରେ ଥିବା ଗ୍ରାମଉପରେ ନିର୍ଭର କରିବାକୁ ପଡୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଟାଟା କମ୍ପାନୀ ବିଦ୍ୟୁତ ବିଭାଗର ଅଧିଗ୍ରହଣ କରିବା ପରେ ବିଦ୍ୟୁତ ପରିଚାଳନାରେ ବ୍ୟାପକ ବାଧା ଉପଜୁଛି । କିଛିଦିନ ତଳେ ଟାଟା କମ୍ପାନି ତରଫରୁ ବକେୟା ବିଦ୍ୟୁତ ବିଲ ପୈଠନ କଲେ ଗ୍ରାମର ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ପାଇଁ ଧମକ ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କିଛିଦିନ ପୂର୍ବେ ଗ୍ରାମବାସୀ ମାନେ ସମସ୍ତ ବିଦ୍ୟୁତ ବିଲ ପୈଠ କରିଥିବା ବେଳେ କାଳବୈଶାଖୀ ରେ ହୋଇଥିବା ବିଛିନ୍ନ ବିଦ୍ୟୁତ ସଂଯୋଗ ପୁନର୍ବାର ସଂଯୋଗ କରିବା ପାଇଁ ଟାଟା ପାୱାରର କର୍ମଚାରୀଙ୍କୁ ଅନୁରୋଧ କରିବାପରେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଫୋନ କଲେ ଫୋନ କୁ ହୋଲଡ଼ରେ ରଖି ବା ସହ ଅଧିକାରୀ ମାନେ ପୁନର୍ବାର ସଂଯୋଗ ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି ।

ad-week
Leave A Reply

Your email address will not be published.