ପବନ ସହ ପ୍ରବଳ ବର୍ଷା ମୁଖ୍ୟ ବଜାରରେ ଆଣ୍ଠୁଏ ଆବର୍ଜନା ପାଣି

add-all


ଫୁଲବାଣୀ :- ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ବର୍ଷା ଶନିବାର ଉପରବେଳା ହୋଇଥିଲା l ଫଳରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇ ପଡିଛି l କିଛି ଜାଗାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଏବଂ ଗଛର ଡାଳ ମୁଖ୍ୟ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି l ବର୍ଷା ପରେ ଫୁଲବାଣୀ ପୌରପରିଷଦ ର ବିଜୁ ପଟ୍ଟନାୟକ ଛକ, ମୁଖ୍ୟ ବଜାର ,କୃଷି ବିଭାଗ ଛକ ଠାରୁ ଜିଲାପାଳଙ୍କ କାଯ୍ୟାଳୟ ପଯ୍ୟନ୍ତ ମଇଳା ପାଣି ଓ କୁଢ କୁଢ଼ ଆର୍ବଜ୍ଜନାରେ ପୂର୍ଣ୍ଣ ସାଙ୍ଗକୁ ଦୁର୍ଗନ୍ଧରେ ନାକ ଫାଟି ଯାଉଛି ।ଏନେଇ ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ ଙ୍କ ସମେତ ବରିଷ୍ଠ ନାଗରିକଙ୍କ ପକ୍ଷରୁ
ମୁଖ୍ୟ ରାସ୍ତାର ଡ୍ରେନ ଉପରେ ବ୍ୟବସାୟିକ ଜିନିଷ ପତ୍ର ରଖାଯିବା ଏବଂ ଫୁଲବାଣୀ ପୂର୍ତ୍ତ ବିଭାଗର ଅବହେଳା ଓ ଖାମଖିଆଲ ଡ୍ରେନେଜ ନିର୍ମାଣ ଯୋଗୁଁ ,ସାମାନ୍ୟ ବର୍ଷା ହେଲେ , ସାଧାରଣ ଲୋକ ହନ୍ତସନ୍ତ ବୋଲି ଅଭିଯୋଗ ହେଉଛି l ଏଥି ପ୍ରତି ପୌର ପରିଷଦ ଦୃଷ୍ଟି ଦେବାକୁ ଦାବି ହେଉଛି l

ad-week
Leave A Reply

Your email address will not be published.