କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ଲୁଟ, ୧୨ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କଲା ପୋଲିସ

add-all

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ସଫଳତା। ଲୁଟର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଧରିଲା ପୋଲିସ। ଗତକାଲି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ହୋଇଥିଲା ଲୁଟ। ଆପୋଲୋ ବିହାର ପ୍ଲଟ ନମ୍ବର ୭ରୁ ଝରକା ତାଡି ହୋଇଥିଲା ଲୁଟ। ବିକ୍ରମ ବର୍ମାଙ୍କ ଘର ଝରକା ତାଡି ସୁନା, ଟଙ୍କା ଲୁଟିଥିଲେ ଲୁଟେରା।

ସିସିଟିଭି ଆଧାରରେ ୩ ଜଣଙ୍କୁ ଗିରଫ କଲା ପୋଲିସ। ଲୁଟ ହୋଇଥିବା ସୁନା ଓ ଟଙ୍କା ମଧ୍ୟ ଜବତ। ୫ ଚୋରଙ୍କ କାରନାମା ସିସିଟିଭିରେ କଏଦ।

ad-week
Leave A Reply

Your email address will not be published.