ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ

add-all

ଭୁବନେଶ୍ଵର : ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ଆସନ୍ତାକାଲିଠାରୁ ପ୍ରଥମେ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ ଯାଏ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟ ଖାତା ଦେଖା ମେ ୭ରେ ସରିବ। ଖାତାଦେଖା ସରିବା ପରେ ପରେ ଟାବୁଲେସନ ପ୍ରକ୍ରିୟା ହେବ। ଏଦୃଷ୍ଟିରୁ ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।

ତେବେ ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ୬୬୨ ବର୍ଗ ଅଧ୍ୟାପକମାନେ ଖାତା ଦେଖାରେ ସହଯୋଗ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ad-week
Leave A Reply

Your email address will not be published.