ଜିଲ୍ଲା ଦାବି ନେଇ ରାଇରଙ୍ଗପୁର ୧୨ ଘଣ୍ଟା ବନ୍ଦ…

add-all

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରକୁ ଜିଲ୍ଲା ଗଠନ ଦାବିରେ ୧୦ ଏପ୍ରିଲରେ ବାମନଘାଟୀ ଉପଖଣ୍ଡକୁ ବନ୍ଦ ଡାକରା ଦେଇଛି ରାଇରଙ୍ଗପୁର ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି । ଏନେଇ ଉପଖଣ୍ଡର ୭ଟି ବ୍ଲକରେ ପୂର୍ବରୁ ବୈଠକ, ପଥପ୍ରାନ୍ତ ସଭା, ବ୍ୟାନର, ପୋଷ୍ଟର, ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିବା ବେଳେ ଆଜି ମଧ୍ୟ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଖଣ୍ଡର ସମସ୍ତ ଗାଁ କୁ ଗାଁ ବାଇକ୍ ରାଲି ଏବଂ ସଚେତନତା ରଥ ବୁଲି ବୁଲି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲା ଗଠନ ସମ୍ବନ୍ଧରେ ସଚେତନତା କରାଯାଇଛି।

ଏହି ବନ୍ଦକୁ ରାଇରଙ୍ଗପୁର ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି, ସମସ୍ତ ରାଜନୈତିକ ଦଳ, ବଣିକ ସଂଘ, ଓକିଲ ସଂଘ, ମଟର ଚାଳକ ସଂଘ, ଡ୍ରାଇଭର ମହାସଂଘ, ସଚେତନତା ନାଗରିକ ସଂଘ, ବରିଷ୍ଠ ନାଗରିକ ସଂଘ, ଉପଖଣ୍ଡର କୁଡୁମୀ ସମାଜ ସମେତ ଅନ୍ୟ ସଂଗଠନ ସମର୍ଥନ ଜଣାଇଛନ୍ତି। ଫଳରେ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ, ବଜାର, ବେସରକାରୀ ଅନୁଷ୍ଠାନ, ଯାନବାହାନ, ରେଳ ସେବା ବନ୍ଦ କରାଯାଇଛି। ରବିବାର ଯୋଗୁଁ ସ୍କୁଲ-କଲେଜ ଛୁଟି ଥିବାରୁ ଛାତ୍ରଛାତୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପ୍ରଭାବିତ ହେବାକୁ ପଡ଼ିନାହିଁ।

ad-week
Leave A Reply

Your email address will not be published.