ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା: ଜଣେ ମୃତ, ଜଣେ ଗୁରୁତର

newyr25

ଖୋର୍ଦ୍ଧା: ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା । ଜଣେ ମୃତ, ଜଣେ ଗୁରୁତର। ଖୋର୍ଦ୍ଧା ଟାଉନ୍‌ ପାନବରଜ ଗାଁରେ ଅଭାବନୀୟ ଘଟଣା । ମୃତ ମହିଳା ହେଲେ କିରଣବାଳା ମାନଧାତା । କିରଣବାଳା ଆଜି ସକାଳେ ଫୁଲ ତୋଳୁଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ।

ସେହିପରି ଟାଙ୍ଗିଆପଡାର ବିକ୍ରମ ସାମନ୍ତରାୟ ଛକରେ ଠିଆ ହୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.