କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଡ଼ାକ୍ତର ମହାସଂଘର ଚେତାବନୀ

add-all

ଫୁଲବାଣୀ : ଗୁମାଗଡରେ କାର୍ଯ୍ୟରତ ଥିବା କନିଷ୍ଠ କିରାଣୀ ଦୀପ୍ତି ରଞ୍ଜନ ଜେନାଙ୍କ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଆଜି ତୁରନ୍ତ କନିଷ୍ଠ କିରାଣୀ ଦୀପ୍ତି ରଞ୍ଜନ ଜେନାଙ୍କୁ ବଦଳି ଦାବି କରିବା ସହ ଦୃଢ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ନଚେତ୍ ପଦକ୍ଷେପ ନ ନେଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଡ଼ାକ୍ତର ମହାସଂଘ ଚେତାବନୀ ଦେଇଛନ୍ତି। ତେବେ କେବଳ ଡାକ୍ତରଙ୍କୁ ବୋଲି ନାଁହି ଗୁମାଗଡ଼ର ସବୁ କର୍ମଚାରୀଙ୍କୁ ଦୁର୍ବ୍ଯବହାର ସହ ଡ଼ାକ୍ତର ମାନଙ୍କ କେବିକେ ଦ୍ଵାରା ଆସୁଥିବା ଇନ୍ସେଟିଭକୁ ତ୍ୱରାନିତ କରିବା ପାଇଁ ଡ଼ାକ୍ତର ମାନଙ୍କୁ ଲାଞ୍ଚ ମଧ୍ୟ ମାଗୁଥିବା ଅଭିଯୋଗ ହେଉଛି। ଏବଂ ଯେଉଁ ମାନେ ଅସ୍ଥାୟୀ ଭାବେ କର୍ମଚାରୀ ଅଛନ୍ତି ସ୍ଥାୟୀ ନିଯୁକ୍ତି କରିବା ପାଇଁ କିଛି ଅର୍ଥ ମାଗିଥିବା ଜଣାପଡିଛି ତେବେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଗୁମାଗଡ ମେଡିକାଲ କର୍ତ୍ତୃପକ୍ଷ ଦାବି କରିଛନ୍ତି।

ad-week
Leave A Reply

Your email address will not be published.